csstore

ଗାୟତ୍ରୀ ପରିବାର ପକ୍ଷରୁ ଉଦୟନାଥ ମନ୍ଦିର ପରିସରରେ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିରୁଳି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଶୈବପୀଠ ଉଦୟନାଥ ମନ୍ଦିର ପରିସରରେ ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା, ପତଞ୍ଜଳି ଯୋଗ ସମିତି ରମ୍ଭା, ଖଲିକୋଟ ବନ ବିଭାଗ ଓ ବନ୍ୟପ୍ରାଣୀ ବନାଞ୍ଚଳ ରମ୍ଭାର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ଓ ପରିବେଶର ସୁରକ୍ଷା ତଥା ଏକ ସବୁଜମୟ ପରିବେଶରେ ପ୍ରାକୃତିକ ଅମ୍ଳଜାନ ଗ୍ରହଣ କରି ନିଜକୁ ବିଭିନ୍ନ ଦୁରାରୋଗରୁ ଦୂରେଇ ରଖିବା ପାଇଁ ବୃକ୍ଷ ରୋପଣ କରାଯାଇଥିଲା । ରମ୍ଭା ସହରର ନିକଟବର୍ତ୍ତୀ ଜାତୀୟ ରାଜପଥ ଠାରୁ ୨ କି.ମି. ଦୂରରେ ବନ ପାହାଡ଼ ଘେରା ମନୋରମ ପରିବେଶରେ ଅବସ୍ଥିତ ଏହି ମନ୍ଦିର ପରିସରସରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରମ୍ଭା ବିଜ୍ଞାପିତ ଅଂଚଳ ପରିଷଦର ପ୍ରାକ୍ତନ ନଗରପାଳ ସୁବାସ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀଣୀ ଶ୍ରୀମତୀ ରଶ୍ମିତା ଜେନା, ପତଞ୍ଜଳି ଯୋଗଗୁରୁ ରବୀନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ପବ୍ଲିକ ରାଇଟସ ଆସୋସିଏସନ୍‌ର ସଭାପତି ଭୀମସେନ ବେହେରା ଯୋଗଦେଇ କରୋନା କାଳରେ ବୃକ୍ଷ ରୋପଣ ପାଇଁ ସାମାଜିକ ଅନୁଷ୍ଠାନ ଗୁଡିକ ତରଫରୁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ବୃକ୍ଷ ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତିର ପ୍ରକୃତି ପ୍ରେମୀ ପଞ୍ଚାନନ ଖଟୁଆ ଓ ପ୍ରକୃତି ବନ୍ଧୁ ଶିକ୍ଷକ ଶେଷଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଲିକୋଟ ରେଞ୍ଜର ବନ କର୍ମଚାରୀ ନିରାକାର ବେହେରା, ପତଞ୍ଜଳି ଯୋଗ ସମିତି ପକ୍ଷରୁ ଏମ୍‌.ଅକ୍ଷୟ ସୁବୁଦ୍ଧି, ଶିକ୍ଷକ ନିରଞ୍ଜନ ବେହେରା, ତ୍ରିନାଥ ବେହେରା, ମୋଚିରାମ ବେହେରା, ସମୀର ଅଧିକାରୀ, ଆନନ୍ଦ ସାହୁ, ସୁଦର୍ଶନ ଜେନା, ଅରୁଣ ବାରିକ, ରାଘବ ବେହେରା, ନିରାକାର ବେହେରା, ବାଦଲ ମହାପାତ୍ର, ଉଦୟନାଥ ମନ୍ଦିର ପରିଚାଳନା କମିଟି ସଭ୍ୟ ତ୍ରିନାଥ ସାହୁ, ନାରାୟଣ ବେହେରା, ପ୍ରଶାନ୍ତ କୁମାର ବେହେରା, ବନ କର୍ମଚାରୀ ଚିନ୍ତାମଣି ବେହେରା ଓ ଗଛ ମଣିଷ ଗିରିଧାରୀ ବେହେରା ପ୍ରମୁଖ ଯୋଗଦେଇ ମନ୍ଦିର ଚତୁଃପାଶ୍ୱର୍ରେ ବେଲ, ଅଁଳା, ପିଜୁଳି, ଡାଳିମ୍ବ, ଓଉ, ନଡ଼ିଆ, ପଣସ, ଜମୁକୋଳି, ଆମ୍ବ ଓ ଚନ୍ଦନ ଆଦି ପଚାଶରୁ ଅଧିକ ଚାରା ରୋପଣ କରିଥିଲେ ।

jayashree
Leave A Reply

Your email address will not be published.