pakka

ବରିଷ୍ଠ କବି ବିନୋଦ ପଶାୟତଙ୍କୁ ସମ୍ବର୍ଦ୍ଧନା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୃଷ୍ଟି ଫାଉଣ୍ଡେସନ ବରଗଡ଼ ପକ୍ଷରୁ ଆଜି ବରିଷ୍ଠ କବି, ଲେଖକ, ଗୀତିକାର ଏବଂ ନାଟ୍ୟକାର ବିନୋଦ ପଶାୟତଙ୍କୁ ତାଙ୍କ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବରଗଡ଼ ଅଗ୍ରଗାମୀ ଯୁବକ ସଂଘଠାରେ କବି ରୋହିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଜିଲ୍ଲାର ଅନେକ କବି କଳାକାର, ସଂଗୀତକାର ଯୋଗଦେଇ କବି ଶ୍ରୀ ପଶାୟତଙ୍କ ସାହିତ୍ୟ ରଚନା ଉପରେ ଆଲୋକପାତ କରିଥିଲେ । ପରେ ଅନୁଷ୍ଠାନ ପକ୍ଷରୁ କବି ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଗୋପାଳ ଦାସ, ଡ. ତପସ୍ଵିନୀ ଗୁରୁ, ନବ ମହତ୍ତମ, ଅଞ୍ଜଳି ମହତ୍ତମ, ଶୁଶିଲ କୁମାର ପ୍ରଧାନ, ତପନ କୁମାରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × two =