pakka

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଉନ ବାଳିକା ବିଦ୍ୟାଳୟ ବଲାଙ୍ଗିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବାଲେଶ୍ୱରର ବାହନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତା’ପରେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ନୂତନ ଭାବେ ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ଭକ୍ତବନ୍ଧୁ ନାଏକ, ତିର୍ଥବାସୀ ଡାଙ୍ଗ, ସାରଥି ପଟେଲ, ସୁରେଶ ଚନ୍ଦ୍ର ନାଥ, ସତ୍ୟବାଦୀ ନାଏକ, ନିଳାଚଳ ଚିରଗୁନ, ନିଳକଣ୍ଠ ପଟେଲ, ଜୟଚନ୍ଦ୍ର ପଟେଲ, ବାସୁଦେବ ଭୋଇ, ଛବିଚନ୍ଦ୍ର ପଟେଲ, ସରୋଜ ଦାସଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସେମାନେ ନିଜର ପରିଚୟ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ୬୫ ବର୍ଷ, ୭୦ ବର୍ଷ ଏବଂ ୭୫ ବର୍ଷ ବୟସରେ ଯଥାକ୍ରମେ ୫ ପ୍ରତିଶତ, ୧୦ ପ୍ରତିଶତ ଏବଂ ୧୫ ପ୍ରତିଶତ ଯଥାକ୍ରମେ ବର୍ଦ୍ଧିତ ପେନସନ ପ୍ରଦାନ କରିବା ସକାଶେ ସଂପାଦକଙ୍କୁ ଚିଠି କରିବା ପାଇଁ କ୍ଷମତା ଓ ନିର୍ଦ୍ଦେଶ ପ୍ରଦାନ କରାଗଲା । ଆଜିର ବୈଠକରେ ୧୩ ଜଣ କାର୍ଯ୍ୟକାରିଣୀ ସଭ୍ୟଙ୍କ ସମେତ ସର୍ବମୋଟ ୩୭ ଜଣ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସଭ୍ୟ ଦୁର୍ଗା ପ୍ରସାଦ ହୋତା, ସୁରେଶ ଚନ୍ଦ୍ର ନାଥ, କୃଷ୍ଣଚନ୍ଦ୍ର ନାଥ, ପ୍ରଭାକର ମିଶ୍ର, ଗୋପବନ୍ଧୁ ପୁରୋହିତ, ବିରଂଚି ହୋତା ନିଜର ମନ୍ତବ୍ୟ ରଖିଥିଲେ । ପରିଶେଷରେ ମନୋରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

one × 3 =

error: Content is protected !!