csstore

ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ପାଳନ ନିମନ୍ତେ ବୈଠକ

  • ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକର ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ଶୋକସଭା ପରେ ସଭା ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକରେ ଆଗାମୀ ନଭେମ୍ବର ମାସରେ ଶତ ବାର୍ଷିକୀ ପାଳନ କରାଯିବ ଏବଂ ଏଥି ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ଉପ ସଭାପତି ଚିତ୍ତ ରଞ୍ଜନ ବାଗ, ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ଼, ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକଙ୍କ ସମେତ ବରିଷ୍ଠ ସଦସ୍ୟ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ରଜନୀ କାନ୍ତ ବଗର୍ତ୍ତି, ସପନ କୁମାର ପଟ୍ଟନାୟକ, ବିକାଶ ରଞ୍ଜନ ସିଂହ ଦେଓ, ଶ୍ରୀକାନ୍ତ ହୋତା, ବୀରେନ୍ଦ୍ର ରଥ, ରମାକାନ୍ତ ପ୍ରହରାଜ, ସନ୍ତୋଷ କୁମାର ଦୁବେ, ସତ୍ୟ ନାରାୟଣ ସାହୁ, ରଶ୍ମି ରଂଜନ ପ୍ରହରାଜ, ଉପେନ୍ଦ୍ର ମହାଖୁଡ, ଦେବେନ୍ଦ୍ର ମହାନ୍ତି, ଜିତେନ୍ଦ୍ର ପାତ୍ର, ସଂଯୁକ୍ତା ପୁରୋହିତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତବ୍ୟକ୍ତ କରିଥିଲେ । ସମ୍ପାଦକ ହେମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.