csstore

ଲଖମରା ବିଜେପିର ଦ୍ୱିତୀୟ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପାଇକମାଲ ବ୍ଲକ, ଲଖମରା ମଣ୍ତଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ମହୁଲପାଲି ଶ୍ରୀ ଅରବିନ୍ଦ ଭବନଠାରେ ମଣ୍ତଳ ସଭାପତି ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ବରଗଡ ଜିଲ୍ଲା ବିଜେପି ଉପସଭାପତି ସରୋଜ ସାମଲ ସାଙ୍ଗଠାନିକ ମାର୍ଗ ଦର୍ଶନ ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ସାଧାରଣ ଜନତାଙ୍କ ଅଧିକାର ପାଇଁ ନିର୍ବାଚନ ହେବ । ଏଥିରେ ଭାରତୀୟ ଜନତା ପାର୍ଟି ସମର୍ଥିତ ସମସ୍ତ ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ମତ ରଖିଥିଲେ । ଲୋକଙ୍କ ସମସ୍ୟାକୁ ବୁଝି କାମ କରିବା ସହ ଲୋକଙ୍କ ବିଶ୍ୱାସ ଭାଜନ ହେବା ଓ ସଙ୍ଗଠନର ବିଚାରକୁ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଚାର କରିବାକୁ ସେ କର୍ମୀମାନଙ୍କୁ ଆହ୍ଵାନ ଦେଇଥିଲେ । ସଭା ଆରମ୍ଭରେ ନୂତନ ଭାବେ ମନୋନୀତ ସମସ୍ତ ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ କରାଯିବା ସହ ରାଜ୍ୟ ଓ ଜିଲ୍ଲା ସ୍ତରରେ ସଂଗଠନକୁ ମନୋନୀତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସଭାରେ ପୂର୍ବତନ ମଣ୍ଡଳ ସଭାପତି ସୌମିତ୍ରୀ ପ୍ରଧାନ, ପୁରନ୍ଦର ସାହୁ, ଲିଙ୍ଗରାଜ ପ୍ରଧାନ, ଦୁଷ୍ମନ୍ତ ସାହୁ, ପଦ୍ମଲୋଚନ ବେରିଆ, ଦୟାସାଗର ପ୍ରଧାନ, ଦ୍ରୋଣ ସାହୁ, ଜିଲ୍ଳା କୃଷକ ମୋର୍ଚ୍ଚା ସଂଯୋଜକ ଯୋଗେନ୍ଦ୍ର ଭୋଇ, ଅମୃତ ଠାକୁର, ଦୁଃଖିଶ୍ୟାମ ବେହେରା, ଜଗଦୀଶ ସାହୁ, ରଣଜିତ ବରିହା, ସଫେତ ବାରିକ, ମଧୁସୂଦନ ସାହୁ, ବଳଭଦ୍ର ବରିହା, ଶୁଶିଲା ବାଗ, ଡୋଲାମଣି ପ୍ରଧାନ, ପ୍ରେମାନନ୍ଦ ହଂସ, କ୍ଷୀରସିନ୍ଧୁ ସାହୁ ସମେତ ସମସ୍ତ ଆଠଟି ପଞ୍ଚାୟତରୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଭାଗ ନେଇ ଥିଲେ । ଶେଷରେ ପୂର୍ବତନ ମଣ୍ଡଳ ସଭାପତି ସୌମିତ୍ରୀ ପ୍ରଧାନ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ଶେଷ କରିଥିଲେ ।

jayashree
Leave A Reply

Your email address will not be published.