csstore

ବିଜ୍ଞାନ ସାହିତ୍ୟ ପରିଷଦର ବୈଠକ : ବିଜ୍ଞାନ ମଧୁପର ଛାତ୍ରାର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ବିଜ୍ଞାନ ମଧୁପର ଏକ ଛାତ୍ରାର୍ପଣ ଉତ୍ସବ ସଭାପତି ପ୍ରଫେସର ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ସଭାପତି ସନାତନ ଠାକୁର ବିଜ୍ଞାନ ସାହିତ୍ୟ ପରିଷଦ ଉପରେ ସମ୍ୟକ ଧାରଣା ଦେଇଥିଲେ । ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଛାତ୍ରୀମାନଙ୍କୁ ଆଗାମୀ ଦିନରେ କୁନି ବୈଜ୍ଞାନିକ ହୋଇ ଆଗେଇ ଆସି ବିଜ୍ଞାନ ମଧୁପରେ ନିଜ ମନର କୌତୁହଳ ପ୍ରଶ୍ନ ଗୁଡିକୁ ପଚାରିବା ଏବଂ ବିଜ୍ଞାନ ମଧୁପର ମାଧ୍ୟମରେ ନିଜର ବିଶେଷ ଜ୍ଞାନକୁ ପ୍ରସ୍ଫୁଟିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସଭାପତି ଡ. ମିଶ୍ର ଛାତ୍ରୀମାନଙ୍କୁ ସୋଲାର ସେଲ ଉପରେ ଏକ ପରୀକ୍ଷା କରି ଦେଖାଇଥିଲେ ଓ ବିଜ୍ଞାନର ବିଭିନ୍ନ ତତ୍ୱ ଉପରେ ଆଲୋକପାତ କରିଥିଲେ । ସଭ୍ୟ ଚିତ୍ତ ପଟେଲ ଆର୍ଶୀବଚନ ଦେଇଥିଲେ । ଏ ଅବସରରେ ବିଜ୍ଞାନ ମଧୁପର ଜାନୁଆରୀ ଓ ଫେବୃଆରୀ ଅଙ୍କଟି ଛାତ୍ରାର୍ପଣ କରାଯାଇଥିଲା । ଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ଦେଖି ଡ. ମିଶ୍ର ଆଗାମୀ ଦିନରେ ଚୁମ୍ବକ ଉପରେ ଏକ ଶ୍ରେଣୀ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.