shyamal

ଡେଲାଙ୍ଗ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ପଞ୍ଚାୟତ ସମିତିର ପାନୀୟ ଜଳ ଯୋଗାଣ ଓ ପରିମଳ ନେଇ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକଙ୍କ ପ୍ରତିନିଧି ମଳୟ କୁମାର ମହାନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ଅତିରିକ୍ତ ବିଡିଓ ପ୍ରଦୀପ୍ତ କୁମାର ନାୟକ, ଜଳ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଲୋକ ରଞ୍ଜନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ସ୍ୱାଗତିକା ପ୍ରଧାନ, ସ୍ଵଚ୍ଛ ଭାରତ ମିଶନ ମାଷ୍ଟର ଟ୍ରେନର ରବି ନାରାୟଣ ମିଶ୍ର, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱର ମହାରଣାଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବିଭିନ୍ନ ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ବ୍ଲକରେ ପାନୀୟ ଜଳ ସମସ୍ୟାର ଉପଯୋଗୀତା, ନିରାକରଣ ତଥା ସ୍ଵଚ୍ଛ ଭାରତ ମିଶନର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବ୍ଲକର ୨୧ଟି ପଞ୍ଚାୟତ ମଧ୍ୟରୁ ୬ଗୋଟି ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଟେଣ୍ଡର ଆହ୍ୱାନ କରାଯାଇଛି ବୋଲି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଉଥିବା ନେଇ ରେଞ୍ଚ ପଞ୍ଚାୟତ ସରପଞ୍ଚ ହରିହର ସ୍ୱାଇଁ, ସମିତି ସଭ୍ୟ ପ୍ରଭାତ କୁମାର ଜେନା, ସୁଜନପୁର ପଞ୍ଚାୟତ ସରପଞ୍ଚ ପ୍ରିୟଙ୍କା ବଳବନ୍ତରାୟ, ସମିତି ସଭ୍ୟ ଅଜୟ କୁମାର ରାଉତରାୟ, ଘନିପୁର ପଞ୍ଚାୟତ ସରପଞ୍ଚ ପ୍ରତିମା ପାତ୍ର, ସମିତି ସଭ୍ୟା ରାଜଲକ୍ଷ୍ମୀ ବେହେରା, ଚାଇଁପୁର ପଞ୍ଚାୟତ ସରପଞ୍ଚ ଜୟନ୍ତୀ ବରାଳ, ସମିତି ସଭ୍ୟା ମଞ୍ଜୁଲତା ହାତୀ, ଗୋଡିପୁଟମାଟିଆପଡ଼ା ପଞ୍ଚାୟତ ସରପଞ୍ଚ ରଜନୀ ସାସମଲ, ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ସରପଞ୍ଚ ଦୀପକ କୁମାର ସାହୁ, ସାଉରିଆ ପଞ୍ଚାୟତ ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ ପ୍ରମୁଖ ଅଭିଯୋଗ କରିଥିଲେ। ତେବେ ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପାଣି ଟାଙ୍କିରେ ପାରା ପଡି ଜଳ ଦୂଷିତ କରୁଥିବାରୁ ତୁରନ୍ତ ପମ୍ପ ହାଉସରେ ଏକ ଫାଟକ ଲଗାଇବା ବ୍ୟବସ୍ଥା କରିବାକୁ ଧାନକେରା ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ମହାପାତ୍ର ପ୍ରସ୍ତାବ ଦେଇଥିଲେ।ଅଯଥା ସମୟରେ ପମ୍ପ ହାଉସ ଚଳାଇ ପାନୀୟ ଜଳ ଅପଚୟ କରାଯିବା ସହ ବିଦ୍ୟୁତ ବିଲ ବୃଦ୍ଧି ପାଉଥିବାରୁ ଏଥିପ୍ରତି ସଚେତନ ହେବାକୁ ବିଡିଓ ଶ୍ରୀ ଷଡଙ୍ଗୀ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ନିବେଦନ କରିଥିଲେ।ସାଉରିଆ ପଞ୍ଚାୟତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅବସ୍ଥିତ ନଳକୂପରୁ ବାଲି ବାହାରୁଛି ବୋଲି ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ ଅଭିଯୋଗ କରିଥିଲେ। ପଞ୍ଚାୟତ ବୈଠକରେ ସୌଜନ୍ୟତାର ଅଭାବ ରହିଛି ବୋଲି ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ଅଜୟ କୁମାର ରାଉତରାୟ ଅଭିଯୋଗ କରିଥିଲେ। ପ୍ରଶାସନିକ ସ୍ତରରେ ସମସ୍ତ କାର୍ଯ୍ୟର ତଦାରଖ କରି ଯୋଜନାର ସଫଳ ରୂପାୟନ ନିମନ୍ତେ ସମସ୍ତେ ସହଯୋଗ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ସୁଜନପୁର ପଞ୍ଚାୟତକୁ ପୂର୍ବରୁ ପାନୀୟ ଜଳ ଯୋଗାଣ ଉପଲବ୍ଧ ହେଉଥିବାବେଳେ ସମ୍ପ୍ରତି କାହିଁକି ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହେଉନାହିଁ ବୋଲି ସମିତି ସଭ୍ୟ ଶ୍ରୀ ରାଉତରାୟ ପ୍ରଶ୍ନ କରିଥିଲେ। ମାଷ୍ଟର ଟ୍ରେନର ଶ୍ରୀ ମିଶ୍ର ସ୍ଵଚ୍ଛ ଭାରତ ଅଭିଯାନର କାର୍ଯ୍ୟକାରିତା, ଅପଚୟ ହେଉଥିବା ଜଳର ସଦୁପଯୋଗ ଓ ରକ୍ଷଣାବେକ୍ଷଣ, ଗୋଷ୍ଠୀ ପରିମଳ ବ୍ୟବସ୍ଥାର କାର୍ଯ୍ୟକାରିତା, ବର୍ଜ୍ୟବସ୍ତୁ ପରିଚାଳନାର ବିଭିନ୍ନ ପଦ୍ଧତି ସମ୍ପର୍କରେ ପଞ୍ଚାୟତିରାଜପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବର୍ଜ୍ୟବସ୍ତୁ ହେଉଛି ସମ୍ପଦ,ଏହାକୁ ସଠିକ ଭାବେ ପରିଚାଳନା କରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

purusottam
Leave A Reply

Your email address will not be published.