ମାସିକ ପତ୍ରିକା ‘ବିଶ୍ୱଖବର’ର ବୈଶାଖ ମେଳା ସଂଖ୍ୟା ଲୋକାର୍ପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପାଇକମାଲ ନିକଟରେ ଥିବା ପଶ୍ଚିମ ଓଡ଼ିଶାର ସର୍ବବୃହତ ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଦୁଇଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ପ୍ରଶାସନ ତଥା ମନ୍ଦିର ପରିଚାଳନା କମିଟି ତରଫରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ବୈଶାଖ ମେଳା ପରିପ୍ରେକ୍ଷୀରେ କଳା, ସାହିତ୍ୟ, ସଂସ୍କୃତି, ସମାଜସେବାକୁ ନେଇ ପ୍ରକାଶିତ ହେଉଥିବା ମାସିକ ପତ୍ରିକା “ବିଶ୍ୱଖବର”ର ବୈଶାଖମେଳା ସଂଖ୍ୟା ମଙ୍ଗଳବାର ଲୋକାର୍ପିତ ହୋଇଯାଇଛି । ନୃସିଂହନାଥ ମନ୍ଦିର ପରିସରରେ ହୋଇଥିବା ଲୋକାର୍ପଣ ଉତ୍ସବରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ବିଶିଷ୍ଟ ଶିକ୍ଷାବିତ୍ ନଗେନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ କଳାକାର ପ୍ରେମସାଗର ଫୌଜଦାର ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ଲୋକାର୍ପିତ କରିଥିଲେ ।

Leave A Reply

Your email address will not be published.

fourteen − nine =

error: Content is protected !!