om academy

ଧାନ ଫସଲ ବୀମା ପ୍ରଦାନରେ ବୈମାତୃକ ମନୋଭାବ ପ୍ରଦର୍ଶନ କରାନଯାଉ : କୋସଲ ରାଜ୍ୟ ସମନ୍ୱୟ ସମିତି

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖରିଫ୍‌ ଧାନ ଫସଲ ବୀମା ପ୍ରଦାନରେ ବିଳମ୍ବ, ପାତର ଅନ୍ତର, ବିଭାଜନ ପ୍ରକ୍ରିୟା କରାଯାଉଛି ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ଅଭିଯୋଗ କରିଛି । ଏଥିପାଇଁ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଫସଲ ବୀମା ଶୀଘ୍ର ପ୍ରଦାନ ଦାବୀକୁ ନେଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ୟ୍ୟାୟରେ ଦେଓଗାଁ ବ୍ଲକ ମଧ୍ୟରେ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ ଓ ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ପଂଚାୟତର ଚାଷୀମାନଙ୍କୁ ସଂଗଠିତ କରି ଆସନ୍ତା ୬ ତାରିଖରେ ଦେଓଗାଁ ତହସିଲଦାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦାବୀପତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତିି ନିଆଯାଇଛି । ଆଜି ଦେଓଗାଁ ବ୍ଲକର ଗାଇବାହାଲ, ସିକୁଆଁ ଓ ବଡବନ୍ଧ ଠାରେ ଡା.ଶୁଶାନ୍ତ କୁମାର ଚାନ୍ଦଙ୍କ ସଭାପତିତ୍ୱରେ ଯଥାକ୍ରମେ ଶିବ ବିଶ୍ୱାଲ, ନବିନ ପ୍ରଧାନ ଓ ମାନଭଞ୍ଜନ ଗଡତ୍ୟାଙ୍କ ନେତୃତ୍ୱରେ ଉକ୍ତ ତିନୋଟି ପଂଚାୟତରେ ଚାଷୀମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଉପାଧ୍ୟକ୍ଷ ଶ୍ରୀ ସାହୁ, ସବୁ କ୍ଷେତ୍ରରେ ଏପରି କି କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସରକାର ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି ଓ ଏହାର ଏକମାତ୍ର ବିକଳ୍ପ ସ୍ୱତନ୍ତ୍ର କୋସଲ ରାଜ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସାଧାରଣ ସଂପାଦକ ଶ୍ରୀ ମିଶ୍ର ଫସଲବୀମା ଓ ·ଷୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଚାଷୀମାନେ ସଂଗଠିତ ହେବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଏ ଅଂଚଳର ସମସ୍ତ କୃଷକମାନଙ୍କୁ ସଂଗଠିତ କରି ଏକ ବଡ ଧରଣର ଚାଷୀ ଆନ୍ଦୋଳନ ତଥା ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବୀର ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବୈଠକରେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.