jsm

ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ମାଲପଡା ସ୍ଥିତ କାର୍ଯ୍ୟାଳୟଠାରେ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସଭାପତି ପ୍ରଫେସର ମିଶ୍ର ନବ ମନୋନିତ କାର୍ଯ୍ୟକାରିଣୀ ସଭ୍ୟମାନଙ୍କୁ ସ୍ୱାଗତ ଜଣାଇବା ପରେ ସଂପାଦକ ବିମଲ ଚକ୍ରବର୍ତ୍ତି ଗତ ସାଧାରଣ ସଭାର ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ଅଶୋକ ·ଚାନ୍ଦ ଆୟବ୍ୟୟର ହିସାବ ରଖିଥିଲେ । ସଭ୍ୟ ଗୋପବନ୍ଧୁ ପୁରୋହିତ, ପ୍ରଭାକର ମିଶ୍ର, ଶିବ ନାରାୟଣ ରଥ, ଉପ-ସଭାପତି ଅନନ୍ତ ବିଶୋଇ, ପ୍ରବକ୍ତା ଋତୁରାଜ ସିଂ, ମନୋରଂଜନ ପୁରୋହିତ ପ୍ରମୁଖ ଲିଫ୍ଟ କାମକୁ ତ୍ୱରାନ୍ୱିତ କରିବା, ଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନର ବ୍ୟବସ୍ଥା, ଭୁବନେଶ୍ୱର କୁ ସୋନପୁର କିମ୍ବା ବଲାଙ୍ଗିରରୁ ପ୍ରତ୍ୟେକ ଦିନ ସକାଳୁ ଯାଇ ଫେରିଆସିବା ପରି ଏକ ଟ୍ରେନର ସୁୁବିଧା କିମ୍ବା ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବଲାଙ୍ଗିର ଷ୍ଟେସନ ଏନ୍‌ଏସ୍‌ଜିି-୩ କୁ ଉନ୍ନିତ ହୋଇଛି ତାହାର ତିଳେମାତ୍ର ସୁବିଧା ଯାତ୍ରୀମାନେ ପାଉ ନାହାନ୍ତି କିନ୍ତୁ ମଟର ସାଇକେଲ ଷ୍ଟେଣ୍ଡରେ ବିନା ଛାଉଣି, ବିନା ସିସି ଟିଭି ଓ ବିନା କମ୍ପ୍ୟୁଟରାଇଜ ରସିଦରେ ମନଇଚ୍ଛା ବହୁତ ଟଙ୍କା ନେଇ ଯାତ୍ରୀମାନଙ୍କୁ ଶୋଷଣ କରୁଥିବା ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟାନ୍ୟ ସଭ୍ୟ ମୋତିଲାଲ ସାହୁ, ନରେନ୍ଦ୍ର କବାଟ, ଦିବାକର ହୋତା, ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଛନ୍ତି । ଏହିପରି ଯାତ୍ରୀ ଶୋଷଣ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି ସଭ୍ୟମାନେ ମତପ୍ରକାଶ କରିଛନ୍ତି । ଶେଷରେ ଯୁଗ୍ମ ସଂପାଦକ ଇଂ. ହିତେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.