
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ସନ୍ଧ୍ୟାରେ ଟିଟିଲାଗଡ଼ ଥାନାରେ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନାଧିକାରୀ କଲ୍ୟାଣୀ ବେହେରା ଆଗାମୀ ଗଣେଶ ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ଧୁମଧାମରେ ପାଳନ କରାଯିବ ସେ ନେଇ ସହରର ବିଭିନ୍ନ ଗଣେଶ ପୂଜା କମିଟିର ସଭାପତି ଓ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ସଦସ୍ୟଙ୍କୁ ବେଆଇନ କି ଜୋର୍ ଜବରଦସ୍ତି ଭାବେ ଚାନ୍ଦା ଆଦାୟ ନ କରିବାକୁ ଅଥବା ୧୧୨କୁ ଯଦି କିଏ ଫୋନ କରି ଅଭିଯୋଗ କଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯିବା ସହ ନିଜ ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳାର ସହିତ ପୂଜା କରନ୍ତୁ ଯଦି କିଛି ଅସୁବିଧା କି କିଏ ବିଶୃଙ୍ଖଳା ସୃଷ୍ଟି କଲେ ପୋଲିସକୁ ଖବର କରିବାକୁ କୁହାଯାଇଛି । ତେବେ ସମସ୍ତେ ଭାଇଚାରା ରଖି ଖୁସିରେ ଶାନ୍ତିର ସହ ଗଣେଶ ପୂଜା କରନ୍ତୁ ବୋଲି ଟିଟିଲାଗଡ଼ ପୋଲିସ ପକ୍ଷରୁ କୁହାଯାଇଛି ।

