csstore

ବଙ୍ଗୋମୁଣ୍ଡାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ରାଓଡି ସ୍ପୋର୍ଟସ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ କାହ୍ନା ଅଗ୍ରୱାଲ, ସମ୍ମାନୀୟ ଅତିଥି ଭାବେ ଡା.ନିଳକଣ୍ଠ ମେହେର, ଡ଼ା ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ବିନୋଦ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ରାଓଡି ସ୍ପୋର୍ଟସ କ୍ଲବର ସଭାପତି ଜିତେନ୍ଦ୍ର ଜୈନ, ସମ୍ପାଦକ ବର୍ଦ୍ଧମାନ ଜୈନ, କୋଷାଧ୍ୟକ୍ଷ ଆଶିଷ ଜୈନ, କାହ୍ନା ଅଗ୍ରୱାଲ, ସଂଜୟ ମେହେର, ରାଜେଶ ମେହେର, ଦେବେନ୍ଦ୍ର ନାଏକ, ଦିଲ୍ଲୀପ ପୁଟେଲ, ଗିରିଜାକାନ୍ତ ପୁଟେଲ, ଗରୁଡ଼ଧ୍ୱଜ ବେହେରା, ପଞ୍ଚାନନ ନେଗୀ ପ୍ରମୁଖଙ୍କ ସହ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୨୯ ତାରିଖ ଦିନ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଖେଳାଳିମାନେ ଆସି ନିଜର ଖେଳ ପ୍ରଦର୍ଶନ କରିଛନ୍ତି ।

jayashree
Leave A Reply

Your email address will not be published.