om academy

ଟିଟିଲାଗଡରେ ବଢୁଛି ତାତି : ଲୋକେ ଗରମରେ ଛଟପଟ ରାତିରେ ବି ତ୍ରାହି ନାହିଁ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶ ବ୍ୟାପି ଏବେ ଖରାର ରୌଦ୍ର ଅବତାର ଦେଖିବାକୁ ମିଳୁଛି । ଦିନକୁ ଦିନ ଖରାର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ସକାଳ ସାତଟାରୁ ଖରା ଆରମ୍ଭ ହୋଇଯାଉଥିବା ବେଳେ ଗରମ ଖାସ ଅସହ୍ୟ ହୋଇ ପଡୁଛି । ଦ୍ଵିପହରରେ ଖରାର ପ୍ରକୋପ ଏତେ ବଢ଼ି ଯାଉଛି ଯେ, ଉପର ମହଲାର କୁଲର, ଏସି ମଧ୍ୟ କାମ କରୁନି । ଯାହାର ମାଟି ତିଆରି ଖପର ଘର ତାଙ୍କ ଦୁଃଖ କହିଲେ ନ ସରେ, ସତେ ଯେମିତି ପୁରୁଣା ରାଗ ସୁଝାଉଛନ୍ତି ସୂର୍ଯ୍ୟ ଦେବତା । ଚଳିତ ବର୍ଷ ଶନିବାର ଅପରାହ୍ନ ଓ ରାତିରେ ଏତେ ଗରମ ହେଲା ଜେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ସତରେ ଗଛ କାଟିବା, ବନୀକରଣ ନ କରିବା, ଘରେ ଗଛ ନ ଲଗାଇବା, ସବୁ ମାଟି ସ୍ଥାନରେ ସିମେଣ୍ଟ କଂକ୍ରିଟ୍‌ କରିବା ଯୋଗୁଁ ଏହିଭଳି ଅବସ୍ଥା ବୋଲି ପରିବେଶ ବିତ୍‌ମାନେ ମତପୋଷଣ କରୁଛନ୍ତି । ଶନିବାର ଦିନ ସହରର ତାପମାତ୍ରା ସରକାରୀ ତଥ୍ୟ ଅନୁସାରେ ୪୧.୫ ଡିଗ୍ରୀ କୁହାଯାଉଥିବା ବେଳେ ଅତ୍ୟଧିକ ଗରମ ଲୋକଙ୍କ ନିଦ ହଜାଇ ଦେଇଛି । ସହରବାସୀ ପ୍ରଭୁ ଇନ୍ଦ୍ରଙ୍କୁ ଗୁହାରି କରୁଛନ୍ତି ଯେ, ତାଙ୍କ କୃପା ଦୃଷ୍ଟି ଟିକେ ଏ ସହର ଉପରେ ପଡୁ, ହୁଏତ ବଙ୍ଗୋପସାଗରରେ ହେଉଥିବା ବାତ୍ୟାର ପ୍ରଭାବରେ କିଛି ଦିନ ପାଇଁ ଏପଟେ ପାଣିପାଗ ପରିବର୍ତ୍ତନ ହେଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ସେ ଯାହା ବି ହେଉ ଚଳିତ ବର୍ଷର ସବୁଠୁ କଷ୍ଟକର ଦିନ ଭିତରେ ଶନିବାର ବୋଲି ମଧ୍ୟ ଲୋକେ କଥା ହେଉଛନ୍ତି । ଆଗକୁ କ’ଣ ହେବ ତାହା ବି ଭଗବାନ ଭରସା ବୋଲି ଲୋକେ କହୁଛନ୍ତି ।

Leave A Reply

Your email address will not be published.