om academy

ଇଭିଏମ୍‌ ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

jsm

ଖୋର୍ଦ୍ଧା : ଇଭିଏମ୍‌ ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ । ତୃତୀୟ ପର୍ଯ୍ୟାୟ ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି । କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଛି ତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଛି ପୁଣି କେଉଁଠି ଭାଙ୍ଗିଛି ଇଭିଏମ୍‌ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ତେବେ ଇଭିଏମ୍ ଫିଙ୍ଗିବା ଅଭିଯୋଗ ମାମଲାରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.