csstore

ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ବାଧାପ୍ରାପ୍ତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଜୁଲାଇ ୧ ତାରିଖ ରାଷ୍ଟ୍ରୀୟ ଡାକ୍ତର ଦିବସରୁ ଓମସା ପକ୍ଷରୁ ୧୦ ଦଫା ଦାବିରେ ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ରାଜ୍ୟ ଡାକ୍ତର ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଧାରଣାରେ ବସିଛନ୍ତି ସମୂହ ଡାକ୍ତର । ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିଥିବା ଯୋଗୁଁ ରୋଗୀ ସେବାରେ ଘୋର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ସରକାର ଦାବି ପୂରଣ ନକରିବା ଯାଏଁ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ଓମସା ପକ୍ଷରୁ କୁହାଯାଉଥିବା ବେଳେ ସେପଟେ ଡାକ୍ତରଖାନାରେ ସେବା ନପାଇ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ୧୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୩୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି । ରୋଗୀ ସେବା ବାଧାପ୍ରାପ୍ତ ଯୋଗୁଁ ଆମେ ଦୁଃଖିତ । ଡାକ୍ତରଙ୍କ ପ୍ରତି ସରକାରଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀଙ୍କ ଅସୁବିଧା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ଓମସା କନ୍ଧମାଳ ଜିଲ୍ଲା ସମ୍ପାଦକ ସୁନିଲ୍ କୁମାର ବେହେରା ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.