ବଲାଙ୍ଗିରବାସୀଙ୍କ ପାଇଁ ବଡ଼ ଉପହାର : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅକ୍‌ସିଜେନ୍‌ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ପାଇଁ ନିଶ୍ଚୟ ଏକ ବଡ଼ ଉପହାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ଲିକୁଇଡ଼୍‌ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ଓ ବଂଟନ ବ୍ୟବସ୍ଥା ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡ଼ିକାଲ ଅକ୍ସିଜେନର ଉତ୍ପାଦନ ଓ ବଂଟନ ବ୍ୟବସ୍ଥା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଚଂଚଳ ରାଣା ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ରହି ସ୍ୱକୀୟ ମତାମତ ରଖିଥିଲେ । ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ଡ଼ିନ୍‌ ତଥା ପ୍ରିନ୍ସପାଲ ପ୍ରଫେସର ଡ଼. ସବିତା ମହାପାତ୍ର, ମେଡ଼ିକାଲ ଅଧିକ୍ଷକ ଡ଼.ମହେନ୍ଦ୍ର ନାୟକ, ସିଡ଼ିଏମ୍‌ଓ ଡ଼. ଭୀମ ସାହୁ ତଥା ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ବୃନ୍ଦ ଓ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ମଧ୍ୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 5 =