ପ୍ରଗତି ଉତ୍କଳ ସଂଘର ମେଘମହ୍ଲାର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ବର୍ଷା ଭିତ୍ତିକ କବିତା ଆସର ମେଘମହ୍ଲାର ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଘନଶ୍ୟାମ ଧଳଙ୍କ ଆବାହକତ୍ଵ ତଥା ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବହୁ କବି ଯୋଗଦେଇ ସ୍ୱରଚିତ ବର୍ଷା ଭିତ୍ତିକ କବିତା ପାଠ କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ବୋଇତାଇ ବର୍ଷା କିପରି ଜନ ଜୀବନକୁ ଆଚ୍ଛାଦିତ କରି ରଖିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଅନୁଷ୍ଠାନର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଉପରେ ଆଲୋଚନା କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ଧଳ ମେଘମହ୍ଲାର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବରିଷ୍ଠ କବି ବିଜୟଲକ୍ଷ୍ମୀ ପଟ୍ଟନାୟକ ସଭାପତିତ୍ୱ କରି ବର୍ଷା କିପରି ପ୍ରକୃତି, ଚାଷୀ ଭାଇ ଠାରୁ ଜୀବଜଗତ ପର୍ଯ୍ୟନ୍ତ କିପରି ଅନନ୍ୟ ଉପହାର ତଥା କବିଙ୍କ କଲମ ପାଇଁଁ ପ୍ରେରଣାର ଉତ୍ସ ସେ ସମ୍ପର୍କରେ ଆଲୋଚନା କରିଥିଲେ । କବି ସୁପ୍ତି କର ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଅଭିରାମ ପ୍ରଧାନ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ପ୍ରତାପ ପଣ୍ଡା, ମୀନକେତନ ପଶାୟତ, ଉପେନ୍ଦ୍ର ବସ୍ତିଆ, ବିଜୟିନୀ ଜେନା, ଅର୍ଚ୍ଚନା ପାତ୍ର, କିଶୋରୀ ମୋହନ କର, ସଞ୍ଜୀବ କୁମାର ଭୋଇ, ସତ୍ୟ ଦାସ, ସୁନିଲ ମହାନ୍ତି, ବ୍ରହ୍ମାନନ୍ଦ ପାଢ଼ୀ, ତ୍ରିଲୋଚନ ସ୍ୱାଇଁ, ସୁଚିସ୍ମିତା ପଣ୍ଡା, କାଶିନାଥ ନନ୍ଦୀ, ଚାରୁଲତା ପ୍ରଧାନ, ପୁଷ୍ପାରାଣୀ ପଟେଲ, ଗୀତାରାଣୀ ବେହେରା, ସ୍ମିତା ମିଶ୍ର, ସୁପ୍ତି କର, ଅଶୋକ ପଟ୍ଟନାୟକ ଓ ବିଜୟଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଗାଳ୍ପିକା କନକଲତା ମିଶ୍ର ଅସ୍ତରାଗ ଶୀର୍ଷକ ଗଳ୍ପ ପାଠ କରିଥିଲେ । ଶେଷରେ ସହ ସମ୍ପାଦକ ଲକ୍ଷ୍ମଣନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଧାମୋହନ ନାୟକ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡ. ସୁବାସ ଲେଙ୍କା, ଡ. ଶକ୍ତିପ୍ରସାଦ ସାମନ୍ତରାୟ, ପ୍ରବୀର କୁମାର ଦୁବେ, ଇନ୍ଦ୍ରମଣି ମହାପାତ୍ର, ଧରଣୀଧର ସାମଲ, ଅକ୍ଷୟ ସାମଲ, ହରିହର ଶତପଥୀ, ଦିବାକର ଦାସ, ସୁନିଲ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ଅରବିନ୍ଦ ପାତ୍ର, ପରିକ୍ଷିତ ଗୁରୁ, ଅନିଲ କୁମାର ମଲ୍ଲିକ, ସୁକାନ୍ତ ମହାପାତ୍ର, ବବିତା ମହାଳିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.