ସ୍ଵସ୍ତି ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵସ୍ତି ସାହିତ୍ୟ ସଂସଦ, ରାଉରକେଲା ଆୟୋଜିତ ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ଗତ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସନ୍ଧ୍ୟା ୭.୩୫ମିନିଟ ସମୟରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶୀର୍ଷକ ଆଲୋଚନା ‘ମୋ ଦୃଷ୍ଟିରେ ବର୍ଷା ଭାବନା’ ସଂପର୍କରେ ଏକ ସୁନ୍ଦର ଆଲୋଚନା ରହିଥିବା ବେଳେ ସହରର ବହୁ କବିଙ୍କ ଦ୍ଵାରା ଏକ ମନୋଜ୍ଞ ବର୍ଷା କଵିତା ଆସର ହୋଇଥିଲା ।ଆଲୋଚକ ଭାବେ ଯୋଗ ଦେଇଥିଲେ ଉପେନ୍ଦ୍ର ନାଥ ଷଡ଼ଙ୍ଗୀ, ଶ୍ରୀମତୀ ଶର୍ମିଷ୍ଠା କବିଶତପଥୀ, କବି ସୁକୁମାର ଦାସ, ପାରେଶ୍ଵର ବିଶ୍ଵାଳ, ଶ୍ରୀମତୀ ମୋନାଲିସା ମିଶ୍ର ଓ ଶଙ୍କର ପ୍ରସାଦ ତ୍ରିପାଠୀ । ଉକ୍ତ ଦୁଇ କାର୍ଯ୍ୟକ୍ରମରେ କବି ଡାକ୍ତର କୃପାସିନ୍ଧୁ ନାୟକ, ଡାକ୍ତର ଗୀତାଞ୍ଜଳି ପତ୍ରୀ, ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ସୁଶାନ୍ତ ନାୟକ, ପ୍ରତାପ ରାୟ, ଶ୍ରୀମତୀ ରଶ୍ମି ସାହୁ, ଶ୍ରୀମତୀ କନକଲତା ମିଶ୍ର, ଶ୍ରୀମତୀ ବବି ମହାଳିକ, ଶ୍ରୀମତୀ ବିଜୟିନୀ ଜେନା, ଶ୍ରୀମତୀ ଗୀତାରାଣୀ ବେହେରା, ରାଜୀବ ପାଣି, ଶ୍ରୀମତୀ ଅଙ୍ଗୁରବାଳା ପରିଡ଼ା, ନୃସିଂହ ବିଶ୍ଵାଳ, କିଶୋରୀ ମୋହନ କର, ଗୌତମ ଦାସ, ଜ୍ୟୋସ୍ନା ପାତ୍ର, ନିରୁପମା ପତି, ତ୍ରିଲୋଚନ ସ୍ଵାଇଁ, ସୁଧୀର ମିଶ୍ର ଓ ସ୍ମିତା ମିଶ୍ର ପ୍ରମୁଖ କବିତା ପଢିଥିବା ବେଳେ ଗଳ୍ପ କହିଥିଲେ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଓ କାଶୀନାଥ ନନ୍ଦୀ । ଏହି ସଭାରେ କାର୍ଯ୍ୟକ୍ରମ ଉପରେ ପୃଷ୍ଠଭାଷ ରଖିଥିଲେ ସ୍ଵସ୍ତିର ଉପସଭାପତି ରାଜକୁମାର ମହାନ୍ତି ଓ ବିଭୁତିଭୂଷଣ ଦାସ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସ୍ଵସ୍ତିର ସାହିତ୍ୟ ସଂପାଦିକା ଶ୍ରୀମତୀ ଅଙ୍ଗୁରବାଳା ପରିଡା ଓ ସମ୍ପାଦକ ରାଜୀଵ ପାଣି । ଏହି ସଭାରେ ବହୁ ସଂଖ୍ୟକ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ । ସେମାନେ ହେଲେ ଡ. ଅଜୟ ମିଶ୍ର, ଅଜିତ ତ୍ରିପାଠୀ, ଅର୍ଚ୍ଚନା ପାତ୍ର, ଭଜେନ୍ଦ୍ର ସାହୁ, ବିଜୟ ପାତ୍ର, ବିନତା ମହାପାତ୍ର, ମେଘମାଳା ଦାସ, ପ୍ରଣତି ମହାପାତ୍ର, ପ୍ରତାପ ରାୟ, ସୁଖଲତା ମିଶ୍ର, ସୁମନ ଦତ୍ତ, ସୁମିତ ନାୟକ, ମାନସୀ ମହାପାତ୍ର ଓ ଡାକ୍ତର ସୁଶାନ୍ତ ପାଣି ପ୍ରମୁଖ ।

Leave A Reply

Your email address will not be published.

7 + twenty =