
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ କୁଲାମୁଣ୍ଡା ଗ୍ରାମରେ ଆଜି ସେବା ସେତୁ ଅଭିଯାନ ଅନ୍ତର୍ଗତ ଏକ ଜନଶୁଣାଣୀ ଶିବିରର ଅନୁଷ୍ଠିତ ହୋଇଯାଇଛି । ରଘୁନାଥପାଲ୍ଲୀ ବିଧ୍ୟାୟକ ଦୁର୍ଗା ଚରଣ ତନ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପ୍ରାୟ ୧୯୧ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ଏହି ଅଭିଯୋଗ ମଧ୍ୟରୁ ଅନେକ ସମସ୍ୟାର ସମାଧାନ ଶିବିରରେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପରାମର୍ଶ ଏବଂ ବିଡିଓ ମାନସ ରଞ୍ଜନ ସାହୁଙ୍କ ହସ୍ତକ୍ଷେପ ଫଳରେ ହୋଇଥିଲା । ଏହି ଶିବିରରେ ପ୍ରଗତି ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରୋତ୍ସାହନ ରାଶି ରୂପେ ୨୫୦୦୦/-ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନେକ ବୃଦ୍ଧ ଏବଂ ବୃଦ୍ଧା ମାନଙ୍କୁ ଆଶା-ବାଡ଼ି ପ୍ରଦାନ କରାଯିବା ସହିତ ଏହି ଅବସରରେ ଆୟୋଜିତ ଏକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ଏହି ଶିବିରରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଓରାମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ ।