csstore

ଗୀତିକାର ପଦ୍ମନାଭ ଦୁବେ ଜୟନ୍ତୀ ସମାରୋହ ଆୟୋଜିତ

କଳାହାଣ୍ଡି, (ହେମନ୍ତ ସାହୁ) : ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତିକାର ୰ପଦ୍ମନାଭ ଦୁବେଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ଅମଲା ଭବନ ପରିସରରେ ଆୟୋଜିତ ହୋଇଯାଇଛି। ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ସମାରୋହକୁ ବିଶିଷ୍ଟ ଔପନ୍ୟାସିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ଉଦଘାଟନ କରିଥିବା ବେଳେ କବି ଅଶୋକ କୁମାର ଖମାରୀ ସଭାପତିତ୍ୱ କରିଥିଲେ। କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି, ବିଶିଷ୍ଟ ବାଗ୍ମୀ ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା, କେବିକେ ଯୁଗ୍ମ ପ୍ରଶାସକ ଡ.ନୃପରାଜ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସ୍ବର୍ଗତ ଦୁବେଙ୍କ ଛାତ୍ର କବି ହେମନ୍ତ ସାହୁ, କବି ପଦ୍ମଲୋଚନ ମିଶ୍ର, ନାତୁଣୀ ପର୍ବତାରୋହୀ ଲିପ୍ସାମୟୀ ଦୁବେ, ଭାଷାବିତ ତଥା ନାଟ୍ୟକାର ପରମେଶ୍ବର ମୁଣ୍ଡ ପ୍ରମୁଖ ସ୍ମୃତିଚାରଣ କରିଥିବା ବେଳେ କବି ଲଳିତ କାନୁନଗୋ, ଦୀପ୍ତି ମୁଣ୍ଡ, ସ୍ୱର୍ଣ୍ଣକାନ୍ତି ବୈକାର ଓ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ବର୍ଗତ ଦୁବେଙ୍କ ରଚିତ କବିତା ପାଠ କରିଥିଲେ। ମଂଚ ପରିଚାଳନା କରିଥିଲେ କବି ବିରଂଚି ନାରାୟଣ ମୁଣ୍ଡ।

ଏହି ଅବସରରେ ଲୋକଗାୟକ ମାର୍କଣ୍ଡ ନାଏକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ପରେ ଆୟୋଜିତ କବିତା ପାଠୋତ୍ସବକୁ କବି ଡିଲେଶ୍ୱର ରଣା ଓ ସୁମତି ମୁଣ୍ଡ ସଂଯୋଜନା କରିଥିଲେ। ଶେଷରେ ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

jayashree
Leave A Reply

Your email address will not be published.