csstore

ବିରଞ୍ଚି ଦାଶ ପାଇଲେ ଆନ୍ତର୍ଜାତିକ ଲାଇଫ୍‌ ସେଭର ଏୱାର୍ଡ

ତୁରେକେଲା, (କୈଳାସ ସଗ୍ରିଆ) : ଆଜି ଭାରତ ବର୍ଷରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ ହେଉଥିବା ଅବସରରେ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ସଭାନେତ୍ରୀଙ୍କ ସଭାପତିତ୍ୱରେ ଡ.ଗୋବର୍ଦ୍ଧନ ସାହୁ ମୁଖ୍ୟ ଅତିଥି, ଡ.ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବରେ ଘନଶ୍ୟାମ ଅଗ୍ରୱାଲ ଯୋଗ ଦେଇଥିଲେ ।ମୁଖପତ୍ର ପାଟଣା ସୌରଭ ଉନ୍ମୋଚିତ ହେବା ସହିତ ଡ.ସଂଜୟ କୁମାର ପଣ୍ଡା, ବୌଦ୍ଧ, ଜ୍ୟୋର୍ତିବିଦ ଅଭିମନ୍ୟୁ ମିଶ୍ର, ଅମୃତଲାଲ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ରକ୍ଷକ ଜଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ୨୦୨୧ମସିହା ସହୀଦ ଦିବସରେ ରକ୍ତଦାନ ଶିବିର ଆୟୋଜିତ କରି ଗିନିଜ ବୁକରେ ସ୍ଥାନୀତ ହୋଇଥିବାରୁ ନିଫା ତରଫରୁ ତାଙ୍କୁ ଆନ୍ତର୍ଜାତିକ ଲାଇଫ ସେଭର ଏୱାର୍ଡ ପୂର୍ବକ ପ୍ରମାଣପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ସଂପାଦିକା ସୁଶ୍ରୀ ସବିତା ଭୋଇ ବାର୍ଷିକ ବିବରଣୀ ପ୍ରଦାନ, ଡ.ସୁଧାଂଶୁ ଶେଖର ମିଶ୍ର ସଭା ପରିଚାଳନା ଓ ଟ୍ରଷ୍ଟର ସଭ୍ୟ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସତ୍ୟାନନ୍ଦ ଖମାରୀଙ୍କ ସଭାପତିତ୍ୱରେ ସଂଯୁକ୍ତା ଚନ୍ଦନ, ଦେବରାଜ ପାଣିଗ୍ରାହୀ ଓ ବିଘ୍ନରାଜ ଯୋଷୀଙ୍କ ସଂଯୋଜନାରେ ଶତାଧିକ କବି କବିତା ପାଠ କରିଥିଲେ । ପରିଶେଷରେ ଡ.ନକୁଳ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.