pakka

ଥାନା ସମ୍ମୁଖରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଡାକ୍ତରଖାନାରେ ଆଖି ବୁଜିଲେ ଗୁଣନିଧି

bbehera

କଟକ : କଟକ ଜିଲ୍ଲା କିଶନ ନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧି ବିଶୋଇଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗୁରୁବାର ସେ ଥାନା ଆଗରେ ପୋଲିସ ସାହାଯ୍ୟ ନ କରିବାକୁ ବିରୋଧ କରି ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ । ପରେ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ତାଙ୍କର ଚିକିତ୍ସା ଏସସିବିରେ ଆଶୁ ଚିକିତ୍ସା ବିଭାଗରେ ଚାଲିଥିଲା । ଗୁଣନିଧିଙ୍କ ଶରୀରର ୯୦ରୁ ଅଧିକ ଅଂଶ ପୋଡି ଯାଇଥିଲା । ଜମିବାଡି ବିବାଦ ସମ୍ପର୍କୀୟ ବିଷୟକୁ ନେଇ ସେ ବାରମ୍ବାର ଥାନାର ଦ୍ୱାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉ ନଥିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା ପରିବାରବର୍ଗ ପ୍ରତିକ୍ରିୟା ରଖିଥିଲେ ।

କିଶନ ନଗର ପୋଲିସ ଚାହିଁଥିଲେ ଏଭଳି ଅଘଟଣକୁ ଏଡାଇ ଦେଇ ପାରିଥାନ୍ତା । ଏହି ଘଟଣାକୁ ନେଇ କିଶନ ନଗର ଆଇଆଇସି ସସ୍ମିତା ରଣାଙ୍କୁ ବହିଷ୍କାର ସହିତ ଗିରଫ ଦାବୀ କରି ଥାନା ସମ୍ମୁଖରେ କଂଗ୍ରେସ ଓ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିକ୍ଷୋଭ କରାଯିବା ସହ ଆଡିସିନାଲ ଏସପିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟପଟେ ପୋଲିସ ତିନୋଟି ଟିମ୍‌ ଗଠନ କରି ମୁଖ୍ୟ ଅଭିଯୁକ୍ତ ସାଗର ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଥାନା ପରିସରରେ କିଭଳି ଗୁଣନିଧି ଆତ୍ମାହୁତି ଦେଲେ ତାହାର ପ୍ରାଥମିକ ରିପୋର୍ଟ ପଠାଇବା ସହ ତଦନ୍ତ ଚଳାଇଛି । ଅନ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଡିସିନାଲ ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.

1 + seven =