ଅତାବିରା ଦେବାହାଲ ଗାଁରେ ଅକ୍ସିଜେନ ପରୀକ୍ଷା

ବରଗଡ, (ଗୋପୀନାଥ ସାହୁ) : ବରଗଡ ଜିଲ୍ଳା ଅତାବିରା ବ୍ଲକ ଦେବାହାଲ ଗାଁରେ ଆଜି ଅକ୍ସିଜେନ ପରୀକ୍ଷା କରାଯାଇଛି । କୋଭିଡ଼ ସମୟରେ ଶରୀରରେ ଅମ୍ଳଜାନ ପରିମାଣ କମି ଯାଉଥିବାରୁ ପୂର୍ବରୁ ସର୍ତକତା ଅବଲମ୍ବନ କରି ଅକ୍ସିଜେନ ପରୀକ୍ଷା କରାଇ ନେଲେ ତାହା ଫଳରେ ଜଣକର ଜୀବନକୁ ରକ୍ଷା କରିହେବ ବୋଲି କୁହାଯାଇଛି । ଜୟ କିଷାନ ପାଠାଗାର ତରଫରୁ ଏହି କାର୍ୟ୍ୟକ୍ରମ କରାଯାଇଥିଲା । ଅରୁଣ ପ୍ରଧାନ, ଗିରି ସାହୁ, ମାଧବ ସାହୁ, ରାକେଶ ସାହୁ, ହରିଶଙ୍କର ସେଠ, ଯତୀନ ସାହୁ ସକ୍ରିୟ ଭାବେ କାର୍ୟ୍ୟ କରିଥିବା ବେଳେ ସମାଜ ସେବୀ ଅମିତାବ ପାତ୍ର ଓ ଭବାନୀ ସାହୁ ଉପସ୍ଥିତ ରହିଥେଲେ । ଗୋଟିଏ ଦିନରେ ପାଞ୍ଚ ଶହ ଲୋକଙ୍କ ଅମ୍ଳଜାନ ପରୀକ୍ଷା କରା ଯାଇଥିଲା ।

Leave A Reply

Your email address will not be published.