ବାପା ଗାଳି ଦେବାରୁ ଅଷ୍ଟମ ଶ୍ରେଣୀର ଛାତ୍ର କଲେ ଆତ୍ମହତ୍ୟା

କେନ୍ଦୁଝର : ଅନଲାଇନ୍‌ ଗେମ୍‌ ଯୋଗୁଁ ଜଣେ ଛାତ୍ର‌ଙ୍କ ଜୀବନ ଅକାରଣରେ ଚାଲି ଯାଇଛି । ଗେମ୍ ଖେଳି ଟଙ୍କା ହାରିଗଲେ । ବାପା ଜାଣିବା ପରେ ଏ କଥା ପୁଅକୁ ଗାଳି ଦେଇଛନ୍ତି । ହେଲେ ବାପାଙ୍କ ଗାଳିକୁ ସହି ନପାରି ପୁଅ ବେକରେ ଲୁଗା ଦେଇ ଜୀବନ ହାରି ଦେଇଥିବା ଭଳି ଏକ ଦୁଃଖଦ ଖବର ସାରା ଅଂଚଳରେ ଚହଳ ସୃ‌ଷ୍ଟି କରିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ଅଷ୍ଟମ ଶ୍ରେଣୀର ଛାତ୍ର ଅମିତାଂଶୁ ଆପଟ୍ଟ । ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠ ପଢୁଥିଲେ ସେ । ହେଲେ ଅନଲାଇନ୍ ଗେମ୍ ପ୍ରତି ମଧ୍ୟ ଆକର୍ଷିତ ଥିଲେ ଅମିତାଂଶୁ । ଏଣୁ ସେ ପ୍ରାୟ ସମୟ ଗେମ୍‌ ଖେଳୁଥିବା କୁହାଯାଇଛି । ତେବେ ଗେମ୍‌ ଖେଳୁ ଖେଳୁ ହାରି ଯାଇଥିଲେ ସେ । ବାପାଙ୍କ ଆକାଉଣ୍ଟରୁ କିଛିଦିନ ତଳେ ୯୧ ହଜାର ଟଙ୍କା କଟି ଯାଇଥିଲା । ବାପା, ମା ବ୍ୟାଙ୍କ ଶାଖାକୁ ଯାଇ ବୁଝିବାରୁ ଅନଲାଇନ୍ ଗେମ୍ ଖେଳିବା ଯୋଗୁଁ ଟଙ୍କା କଟିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ।
ଏହି ଘଟଣା ଜାଣିବା ପରେ ସାମାନ୍ୟ ରାଗିଯାଇ ପୁଅକୁ ଗାଳି କରିଥିଲେ ବାପା । ବାପାଙ୍କ ଏହି ଗାଳିରେ ଗତ ଗୁରୁବାର ସକାଳୁ ଶୌଚ ହେବାକୁ ଯାଇ ପାଇଖାନା ଭିତରେ ବେକରେ ଲୁଗା ଦେଇ ଝୁଲି ପଡ଼ିଥିଲେ ଅମିତାଂଶୁ । ପରେ ତାଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ୍ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.