୩୦ ବର୍ଷ ଧରି ଅସ୍ଥାୟୀ ରହିଛୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି କର୍ମଚାରୀମାନେ ଅସ୍ଥାୟୀ ଭାବେ କାଯ୍ୟର୍ୟ କରିଆସୁଛନ୍ତି । ଦୈନିକ ଶ୍ରମିକ ମଜୁରୀ ହାରରେ ଦରମା ପାଉଛନ୍ତି । ସ୍ୱଳ୍ପ ଦରମାରେ ବର୍ଷ ବର୍ଷ ଧରି ଓଡ଼ିଶା ସରକାରଙ୍କ ଜନସ୍ୱାସ୍ଥ୍ୟ, ଜିଲ୍ଲା ଜଳ ଓ ପରିମଳ ବିଭାଗରେ ଏଚଆର୍‍ ଅସ୍ଥାୟୀ କର୍ମଚାରୀ କାମ କରୁଛନ୍ତି । ରାଜ୍ୟରେ ନୂତନ ଭାବେ ଗଢିଥିବା ସରକାର ପ୍ରତିଶ୍ରୁତି ଅନୁଯାୟୀ ପ୍ରତିଶ୍ରୁତି ପୂରଣ କରନ୍ତୁ ବୋଲି ସ୍ଥାନୀୟ କଲେଜ ଛକରେ ଓଡ଼ିଶା ପାଇପ୍‍ ଜଳ କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ମତପ୍ରକାଶ ପାଇଛି । ସୀମାଞ୍ଚଳ ପଣ୍ଡାଙ୍କ ସଭାପତିତ୍ୱରେ ଶ୍ରମିକ ନେତା ରବି ପାଣିଗ୍ରାହୀ, ଶୁଶାନ୍ତ ପଣ୍ଡା, ଶେଷଦେବ କାଣ୍ଡ ମଞ୍ଚାସୀନ ଥିଲେ । ସଂଘ ପକ୍ଷରୁ ୧୨ ଏପ୍ରିଲ ୧୯୯୩ରୁ ରାଜ୍ୟରେ କାର୍ଯ୍ୟରତ ଥିବା ଓଡ଼ିଶା ପାଇପ୍‍ ଜଳ ସଂଘର ଅସ୍ଥାୟୀ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ । କର୍ମଚାରୀମାନଙ୍କ ଏହା କେବଳ ଏକମାତ୍ର ଦାବି । ପାଇପ୍‍ ଜଳ କର୍ମଚାରୀମାନେ ରାଜ୍ୟର ପ୍ରତି ପଞ୍ଚାୟତରେ ବର୍ଷ ସାରା ସେବା ଯୋଗାଇ ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇପାରିନାହିଁ । କେବଳ ଅସ୍ଥାୟୀ କର୍ମଚାରୀମାନେ ନୁହନ୍ତି ସେମାନଙ୍କ ଉପରେ ନିର୍ଭର କରୁଥିବା ପରିବାର ଅଭାବ, ଅନଟନରେ ଦିନ କାଟୁଛନ୍ତି । ସରକାର ଦାବିକୁ ବିଚାର କରି ଶୀଘ୍ର ପୂରଣ କରନ୍ତୁ ବୋଲି ସଭାରେ ଦାବି ହୋଇଛି । ଏହି ଅବସରରେ ଜନସ୍ୱାସ୍ଥ୍ୟ, ଜିଲ୍ଲା ଜଳ ଓ ପରିମଳ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ଜିଲ୍ଲା ସଙ୍ଗଠନ ସମ୍ପାଦକ ଭାବେ ରବି ସୁନାଙ୍କୁ ନୂତନ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଘର ଯୁଗ୍ମ ସମ୍ପାଦକ ଟିକେଶ୍ୱର ଗଡ଼ତ୍ୟା, ଯଶୋବନ୍ତ ପାଣିଗ୍ରାହୀ, ବଳଦେବ ମନହୀରା, ଗୋପବନ୍ଧୁ ପଧାନ, ବାଳିବନ୍ଧ ସେଠ, ଘନଶ୍ୟାମ ବୁଡେ଼କ, ସମାରୁ ଦଣ୍ଡସେନା, ହିମାଂଶୁ ପୁରୋହିତଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.