pr

ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ପାର୍ଥିବ ଶରୀରକୁ ସାମ୍ବାଦିକ ଭବନରେ ଦିଆଗଲା ଅଶ୍ରୁଳ ବିଦାୟ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ପାର୍ଥିବ ଶରୀରକୁ ବଲାଙ୍ଗିର ସାମ୍ବାଦିକ ଭବନରେ ଅଶ୍ରୁଳ ବିଦାୟ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନ ୧ଟା ୪୫ମି. ସମୟରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ର ଆଇସିୟୁଠାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଡାକ୍ତରଖାନାରୁ ପାର୍ଥିବ ଶରୀରକୁ ତାଙ୍କ କଂସାରୀପଡ଼ା ସ୍ଥିତ ବାସଭବନକୁ ଅଣାଯାଇଥିଲା । ଏହାପରେ ଏକ ସୁସଜ୍ଜିତ ମହାପ୍ରୟାଣ ରଥରେ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନକୁ ଅଣାଯାଇଥିଲା ଓ ଅଶ୍ରୁଳ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଥିଲା । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ତତ୍ତ୍ୱାବଧାନରେ ସାଧାରଣ ସଂପାଦକ ବଳରାମ ମିଶ୍ର, ଉପସଭାପତି ଆନଂଦ ଚଂଦ୍ର ସାହୁ, ସଂଗଠନ ସଂପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, ସୁବାସ ପଣ୍ଡା, ଗୋପବନ୍ଧୁ ଶତପଥୀ, ନବୀନ ପଶାୟତ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସଦାଶିବ ସରାଫ, ଶିଶିର କୁମାର ଶତପଥୀ, ସୁଧୀର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସଂଦୀପ କୁମାର କୁଅଁର, ବିରେନ୍ଦ୍ର ଝାଙ୍କର, ଶରତ ମହାକୁର, ଚନ୍ଦ୍ରଭାନୁ ମୋଲଣା, ଦୀପକ ପୁରୋହିତ, ଶେଖ୍‌ ମହମ୍ମଦ ୱାହିଦ୍‌, ସଂଦୀପ କୁଅଁର, ବିଜୟ ପ୍ରଧାନ, ସୁବ୍ରତ ନାଏକ, ଜ୍ୟୋତ୍ସ୍ନାରାଣୀ ଦାଶ, ଘଟେଶ୍ୱର ମିଶ୍ର, ପ୍ରଶାନ୍ତ ମହାକୁର, ବବୁଲୁ ଥନାପତି, ସଂଜୟ ମିଶ୍ର, ଦେବାଶିଷ ମିଶ୍ର, ବିଷ୍ଣୁ ପ୍ରସାଦ କେଡ଼ିଆ ପ୍ରମୁଖ ସ୍ୱର୍ଗତ ବେହେରାଙ୍କ ମର ଶରୀର ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିଜୟ କୁମାର ଶତପଥୀଙ୍କ ସହିତ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଜଣାଇଥିଲେ ।

nrusinghnath
Leave A Reply

Your email address will not be published.