pakka

ମ.ରାମପୁର ବ୍ଲକରେ ଆଶାୟୀ ସମିତି ସଭ୍ୟମାନେ ବ୍ଲକ ମୁହାଁ, ସରପଞ୍ଚମାନେ ଗ୍ରାମ ପଞ୍ଚାୟତ ମୁହାଁ

bbehera

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରାର୍ଥୀ ପତ୍ର ଦାଖଲର ତୃତୀୟ ଦିନ । ଆଜି ତୃତୀୟ ଦିବସରେ ସମିତି ସଭ୍ୟ ଆଶାୟୀମାନଙ୍କ ଗହଳି ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିବା ବେଳେ ଆଶାୟୀ ସରପଞ୍ଚ ଏବଂ ୱର୍ଡ଼ ସଭ୍ୟ ପ୍ରାର୍ଥୀମାନେ ଗ୍ରାମ ପଞ୍ଚାୟତରେ ଭିଡ଼ ଜମାଇଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ, ଏବେଠାରୁ ଗାଁ ରାଜନୀତି ସରଗରମ ହେବାକୁ ବି ବସିଲାଣି । ଦଳ ଦଳ ହୋଇ ଲୋକେ ପ୍ରାର୍ଥୀମାନଙ୍କ ବିଷୟରେ ଆଲୋଚନା ବି କରାଯାଉଥିବା ଶୁଣାଯାଉଛି । ଏମିତି ତ କିଛି ପଞ୍ଚାୟତରେ ମୁଣ୍ଡ ପିଛା ଭୋଟ କିଣା ପାଇଁ ହିସାବ ନିକାସ ଚାଲିଥିବାର ଆଲୋଚନା ହେଉଛି । ତେବେ ଆସନ୍ତା ଶୁକ୍ରବାର ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ ଏହି ଦିନ ବି ଅନେକ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ଜଣାଯାଇଛି । ତା’ପରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବା ପରେ ଅସଲ ଗୋଟି ଚାଳନା ଆରମ୍ଭ ହେବ ଏବଂ କିଏ କେଉଁ କୌଶଳରେ ନିଜ ପଲ୍ଲାକୁ ଭାରୀ କରିବାକୁ ଉଦ୍ୟମ କରିବ ତାହା ସମୟ ହିଁ କହିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

16 − nine =

error: Content is protected !!