csstore

ହାସ୍ୟ ବ୍ୟଙ୍ଗ କବିତା ଆସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ସାହିତ୍ୟ ସଂସଦ, ଡେଲାଙ୍ଗ ଷ୍ଟେସନ ବଜାର ତରଫରୁ କବି ଚନ୍ଦ୍ରଶେଖରଙ୍କ ଜନ୍ମଦିନ ଅବସରରେ ଡ. ହେମନ୍ତ କୁମାର ଛୋଟରାୟଙ୍କ ସଭାପତିତ୍ୱରେ ଏକ ହାସ୍ୟବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆଜି କାଲିର ଅଧୋପତନମୁଖୀ ସମାଜକୁ ସଚେତନ କରିବା ପାଇଁ ଏହା ଏକ ସୁନ୍ଦର ପ୍ରୟାସ ବୋଲି କବି ମହେନ୍ଦ୍ର ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ବର୍ତ୍ତମାନ ସମୟରେ ନିଜର ଜନ୍ମଦିନକୁ ବର୍ଣ୍ଣାଢ଼୍ୟ ପରିବେଶରେ ଅଧିକାଂଶ ପାଳନ କରୁଥିବା ବେଳେ କବି ଚନ୍ଦ୍ରଶେଖର ଏକ ନିଆରା ଢଙ୍ଗରେ ସାହିତ୍ୟ ଆସର ମାଧ୍ୟମରେ ପାଳନ କରିଥିଲେ । ପ୍ରକାଶ ଥାଉ କି, ଏହା ପୂର୍ବରୁ ମଧ୍ୟ ଏହି କୁମାର ପୂର୍ଣ୍ଣିମାରେ ତାଙ୍କର ଜନ୍ମଦିନକୁ ସେ ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ନିଜର ଶିଶୁ କବିତା ସଙ୍କଳନ ‘ଖେଳୁ ଖେଳୁ ଶିଖିଗଲି’ ଉନ୍ମୋଚନ କରି ପୂର୍ବ ବର୍ଷମାନଙ୍କରେ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଉତ୍ସବରେ କବି ଦୀତୀକୃଷ୍ଣ ମହାନ୍ତି, ସରୋଜ କୁମାର ପ୍ରଧାନ, ପ୍ରଭାତ କୁମାର ସେଠୀ, ସୁଧାଂଶୁ ବାଳା ପ୍ରଧାନ, ପ୍ରଶାନ୍ତ କୁମାର ଦାସ, ସୌଦାମିନୀ ଚମ୍ପତ୍ତି, ପାର୍ବତୀ ମହାପାତ୍ର, ଦିଗମ୍ବର ରଥ,କାଶିନାଥ ମହାପାତ୍ର, ଶରତ ମହାପାତ୍ର, ରୋହିତ ଚମ୍ପତ୍ତି, ଅମୀୟ କୁମାର ସାହୁ, ଶଚ୍ଚିକାନ୍ତ ବାରିକ ଓ ଅନ୍ୟମାନେ ଯୋଗ ଦେଇଥିଲେ । ସର୍ବଶେଷରେ କବି ବିପିନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.