ଡିଆଁଡେଇଁ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ସଟେଜ ନେଇ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମ ସ୍ଥିତ ଉଚ୍ଚବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ସଟେଜ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସୋମବାର ଏ ନେଇ ବିଦ୍ୟାଳୟରେ ପହଞ୍ଚି ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ବିଦ୍ୟାଳୟକୁ ଆସୁଥିବା ଚାଉଳ ବସ୍ତାଗୁଡିକୁ ଓଜନ କରିଥିଲେ । ବସ୍ତା ପିଛା ୪ରୁ ୫ କିଲୋ କମ ରହୁଥିବା ଜଣାପଡିଥିଲା । ପ୍ରାଥମିକ ବିଦ୍ୟାଳୟରେ ୪୧୯ କିଲୋ ଚାଉଳ ୩୪୨ କିଲୋ ଆସିଥିବ ବେଳେ ୭୬ କିଲୋ ଚାଉଳ ସଟେଜ ରହିଥିବା ବେଳେ ଉଚ୍ଚ ବିଦ୍ୟାଳୟରେ ୧୬୭ କିଲୋ ଚାଉଳ ୧୫୬ କିଲୋ ଚାଉଳ ଯାହାକି ୧୧ କିଲୋ ଚାଉଳ କାମ ରହିଥିବା ଜାଣିବାକୁ ପାଇଥିଲେ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯିବା ସହ ଗଣ ଶିକ୍ଷା ବିଭାଗର ଟୋଲ ଫି ନମ୍ବରରେ ଅଭିଯୋଗ କରିବା ସହ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ, ସ୍ଥାନୀୟ ସିଆର୍‌ସିସି ଅଭିରାମ ନାହାକଙ୍କୁ ଅଭିଯୋଗ କରିଛନ୍ତି । ସ୍କୁଲ ପରିଚାଳନା କମିଟି ସଭାପତି ଭିକାରୀ ଚରଣ ନାହାକ, ଉପସଭାପତି ରାଜଲକ୍ଷ୍ମୀ ନାହାକ, ଗଜାନନ ଦଳେଇ, ମନୋରଞ୍ଜନ ନାହାକ, ଗାୟତ୍ରୀ ନାହାକ, ଶ୍ରରବଣୀ ନାହାକ, ସାବିତ୍ରୀ ନାହାକ, ଭାସ୍କର ନାହାକ, ବାସନ୍ତୀ ନାହାକ, ସମୀର ନାହାକ, ଶିବରାମ ନାହାକ ପ୍ରମୁଖ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.