ଶ୍ରମିକ କାର୍ଡ଼ ରିନ୍ୟୁ ହେଉ ନଥିବାରୁ ଅସନ୍ତୋଷ : ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : କରୋନା କାଳରେ ଶ୍ରମିକ ମନେ ଦୁର୍ଦ୍ଦିନରେ ସମୟ କାଟୁଥିବା ବେଳେ ଏବେ ଲେବର କାର୍ଡ ରିନ୍ୟୁ ହେଉ ନଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ଠାରେ ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ବରଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଆକସ୍ମିକ ବିୟୋଗ ପରେ ନୂଆ ଅଧିକାରୀ ଆସୁନଥିବାରୁ ଶ୍ରମିକମାନଙ୍କ ବିଭିନ୍ନ କାମ ହୋଇପାରୁନାହିଁ । ନୂଆ କାର୍ଡ ତିଆରି, ସପ୍ତାହର ସବୁ ଦିନ କାର୍ଡ଼ ରିନ୍ୟୁ କରିବା ପାଇଁ ଆମ ଆଦମୀ ପାର୍ଟି ଦାବୀ କରି ଜିଲ୍ଳାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି । ପ୍ରତ୍ୟେକ ମାସର ପ୍ରଥମ ବୁଧୁବାରରେ ବରଗଡ଼ ବ୍ଲକର ଶ୍ରମିକମାନଙ୍କ ରିନ୍ୟୁ କରାଯାଏ । କିନ୍ତୁ କଟକଣା ଯୋଗୁଁ ଏବେ ୮ ମାସ ହେଲା ରିନ୍ୟୁ ହେଉ ନଥିବାରୁ ଶ୍ରମିକମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଶ୍ରମ ଅଫିସ ଆଗରେ ଏକ ସଭା କରାଯାଇଥିଲା, ଯେଉଁଥିରେ ଆମ ଆଦମୀ ପାର୍ଟିର ଜିଲ୍ଳା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାବ ପାତ୍ର, ମମତା ବେହେରା, ଯଶୋବନ୍ତୀ ପୋଢ଼, ସବିତା ମଲ୍ଲିକ, ସମାଜ ସେବୀ ପବିତ୍ର ଦେହେରି ଉପସ୍ଥିତ ଥିଲେ ।

Leave A Reply

Your email address will not be published.