ଭାରତରେ ହ୍ରାସ ପାଇବାରେ ଲାଗିଛି କରୋନା ସକ୍ରିୟ ମାମଲା : କ୍ରମାଗତ ଷଷ୍ଠ ଦିନରେ ସକ୍ରିୟ ମାମଲା ୬ ଲକ୍ଷ ତଳେ

● ସୁସ୍ଥତା ହାର ୯୨ ପ୍ରତିଶତ ଅତିକ୍ରମ କଲା

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରତିଦିନ କୋଭିଡ ଆକ୍ରାନ୍ତମାନେ ଅଧିକରୁ ଅଧିକ ସୁସ୍ଥ ହେଉଥିବାରୁ ଏବଂ ମୃତ୍ୟୁହାର ହ୍ରାସ ପାଉଥିବାରୁ ସକ୍ରିୟ ମାମଲାର ନିମ୍ନମୁଖୀ ଧାରା ମଧ୍ୟ ଜାରି ରହିଛି । କ୍ରମାଗତ ଷଷ୍ଠ ଦିନରେ ଦେଶରେ କରୋନା ସକ୍ରିୟ ମାମଲା ୬ ଲକ୍ଷ ତଳେ ରହିଛି ।
ଭାରତରେ କରୋନା ସକ୍ରିୟ ମାମଲା ଆଜି ରହିଛି ୫,୩୩,୭୮୭ ।
ଆଜି ଦେଶର ମୋଟ କରୋନା ପଜିଟିଭ୍ ମାମଲାର ମାତ୍ର ୬.୪୨% ସକ୍ରିୟ ମାମଲା ରହିଛି ।
ପ୍ରତି ଦଶ ଲକ୍ଷ ଲୋକରେ ପଜିଟିଭ୍ ମାମଲା କ୍ଷେତ୍ରରେ ଜାତୀୟ ହାରଠାରୁ ୧୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ତଳେ ରହିଛନ୍ତି ।
ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୬.୫ ଲକ୍ଷରୁ ଅଧିକ (୭୬,୫୬,୪୭୮) ହୋଇଥିବାରୁ ସକ୍ରିୟ ମାମଲା ସହ ଏହାର ପାର୍ଥକ୍ୟ ବୃଦ୍ଧି ପାଇଛି । ଅନ୍ୟ ଏକ ଉଲ୍ଲେଖନୀୟ ସଫଳତା ଭାବେ ଜାତୀୟ ସୁସ୍ଥତା ହାର ୯୨% (୯୨.୦୯%)କୁ ଟପି ଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୫୩,୩୫୭ ଜଣ ସୁସ୍ଥ ହୋଇଥିବା ବେଳେ ୪୬,୨୫୩ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।
ଜାତୀୟ ହାରଠାରୁ ଉପରେ ଅଛନ୍ତି ୧୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ।
ଦେଶରେ କରୋନା ନମୁନା ପରୀକ୍ଷା କ୍ଷମତା ବୃଦ୍ଧି ପାଇପାରିଛି । ଆଜି ମୋଟ ନମୁନା ପରୀକ୍ଷା ୧୧.୩ କୋଟି (୧୧,୨୯,୯୮,୯୫୯)ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨,୦୯,୬୦୯ ନମୁନା ପରୀକ୍ଷା ହୋଇଛି ।
୨୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପ୍ରତି ଦଶ ଲକ୍ଷରେ ଟେଷ୍ଟିଂ କ୍ଷେତ୍ରରେ ଜାତୀୟ ହାରଠାରୁ ଉଚ୍ଚରେ ଅଛନ୍ତି ।
ନୂଆ ସୁସ୍ଥଙ୍କ ମଧ୍ୟରେ ୮୦% ଆସିଛନ୍ତି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ଗୋଟିଏ ଦିନରେ କେରଳରେ ସର୍ବାଧିକ ୮ ହଜାର ସୁସ୍ଥ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକରେ ୭ ହଜାର ସୁସ୍ଥ ହୋଇଛନ୍ତି ।
ନୂଆ ପଜିଟିଭ୍ ମାମଲାରୁ ୭୦% ଆସିଛି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳ ଓ ଦିଲ୍ଲୀରୁ ଦିନକରେ ୬ ହଜାରରୁ ଅଧିକ ଲେଖାଏଁ ମାମଲା ଆସିଛି । ଏହା ପଛକୁ ମହାରାଷ୍ଟ୍ରରେ ୪ ହଜାର ନୂଆ ମାମଲା ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୦% କେବଳ ଆସିଛି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ମୃତ୍ୟୁ ହୋଇଛି (୧୨୦ ମୃତ୍ୟୁ) ।
ଭାରତରେ ମୃତ୍ୟୁ ହାର ଏବେ ରହିଛି ୧.୪୯% ।
ପ୍ରତି ଦଶ ଲକ୍ଷ ଲୋକରେ ମୃତ୍ୟୁ କ୍ଷେତ୍ରରେ ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ ହାରଠାରୁ ତଳେ ରହିଛନ୍ତି ।

Leave A Reply

Your email address will not be published.