ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ରକୁ ମଞ୍ଜୁରି ମିଳିଛି । ଭାରତୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ୟୁକେ ଔଷଧ ଏବଂ ସ୍ଵାସ୍ଥ୍ୟସେବା ସାମଗ୍ରୀ ନିୟନ୍ତ୍ରଣ ସଂସ୍ଥା (ୟୁକେଏମଏଚଆରଏ) ମଧ୍ୟରେ ଏହି ବୁଝାମଣା ସ୍ଵାକ୍ଷରିତ ହୋଇଛି । ଏହି ବୁଝାମଣା ଯୋଗୁଁ ସିଡିଏସସିଓ ଏବଂ ୟୁକେଏମଏଚଆରଏ ମଧ୍ୟରେ ଫଳପ୍ରଦ ସମନ୍ଵୟ ଓ ତଥ୍ୟର ଆଦାନ ପ୍ରଦାନ ସହଜ ହେବ । ଭେଷଜ ସାମଗ୍ରୀ ନିୟନ୍ତ୍ରଣ ଓ ଆନ୍ତର୍ଜାତିକ ଦାୟିତ୍ଵ ସଙ୍କ୍ରାନ୍ତରେ ଏହି ରାଜିନାମା ବେଶ ଫଳପ୍ରଦ ହେବ । ଏହି ରାଜିନାମା ଯୋଗୁଁ ଦୁଇ ନିୟନ୍ତ୍ରକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ନିମ୍ନୋକ୍ତ ବିଷୟରେ ବିଶେଷ ସମନ୍ଵୟ ରକ୍ଷା କରାଯିବ ।
(୧) ଫାର୍ମାସୀ ତଥ୍ୟ ନିରାପତ୍ତା ନେଇ ସତର୍କତା । ଏଥିରେ ଔଷଧପତ୍ର ଓ ମେଡିକାଲ ସାମଗ୍ରୀର ନିରପତ୍ତା ଅନ୍ତର୍ଭୁକ୍ତ ।
(୨) ଉଭୟ ଭାରତ ଓ ୟୁକେ ମଧ୍ୟରେ ବୈଜ୍ଞାନିକ ସମ୍ମିଳନୀ, ପାଠ୍ୟଚକ୍ର ଓ ଆଲୋଚନାଚକ୍ରର ଆୟୋଜନ
(୩) ଉତ୍ତମ ପରୀକ୍ଷାଗାର ପ୍ରାକ୍ଟିସ (ଜିଏଲପି), ଉତ୍ତମ କ୍ଲିନିକାଲ ପ୍ରାକ୍ଟିସ (ଜିସିପି), ଉତ୍ତମ ନିର୍ମାଣ ପ୍ରାକ୍ଟିସ (ଜିଏମପି), ଉତ୍ତମ ବଣ୍ଟନ ପ୍ରାକ୍ଟିସ (ଜିଡିପି) ଓ ଉତ୍ତମ ଫାର୍ମାସୀ ସତର୍କତା ପ୍ରାକ୍ଟିସ (ଜିପିଭିପି)
(୪) ଉଭୟଙ୍କ ମଧ୍ୟରେ ସହମତି ଭିତ୍ତିରେ ସାମର୍ଥ୍ୟ ନିର୍ମାଣ
(୫) ଉଭୟ ପକ୍ଷର ଭବିଷ୍ୟତ ନିୟନ୍ତ୍ରଣ କାର୍ୟ୍ୟକୁ ମଜଭୁତ କରିବା ସହ ପାରସ୍ପରିକ ବୁଝାମଣା
(୬) ମେଡ଼ିସିନ ଓ ମେଡିକାଲ ସାମଗ୍ରୀ ସଂକ୍ରାନ୍ତ ତଥ୍ୟ ବିନିମୟ
(୭) ଅଣଲାଇସେନ୍ସ ପ୍ରାପ୍ତ ରପ୍ତାନି ଓ ଆମଦାନୀ ନିୟନ୍ତ୍ରଣ ସଂକ୍ରାନ୍ତ ତଥ୍ୟ ବିନିମୟ
(୮) ଅନ୍ତର୍ଜାତୀୟ କ୍ଷେତ୍ରରେ ସମନ୍ଵୟ
ଦୁଇ ପକ୍ଷ ମଧ୍ୟରେ ମେଡିକାଲ ସାମଗ୍ରୀ କ୍ଷେତ୍ରରେ ନିୟନ୍ତ୍ରଣ ସହ ଆନ୍ତର୍ଜାତିକ କ୍ଷେତ୍ରରେ ଉଭୟଙ୍କ ସମନ୍ଵୟ ବୃଦ୍ଧି ପାଇବ ।

Leave A Reply

Your email address will not be published.