ଆଖିରୁ ପାଣି ବୋହୁଥିଲେ ଏହି ଘରୋଇ ଉପଚାର କରନ୍ତୁ : ଶୀଘ୍ର ମିଳିବ ଆରାମ

କ୍ରମାଗତ ଭାବରେ କାର୍ଯ୍ୟ କରିବା ବେଳେ ଅନେକ ଥର ଏଭଳି ସମସ୍ୟା ଦେଖାଦିଏ । ହଠାତ୍ ଆଖିରୁ ପାଣି ବାହାରିବା ଆରମ୍ଭ ହୁଏ । ସମସ୍ୟା ଏମିତି ହୋଇଯାଏ ଯେ କୌଣସି କାମ କରିବା କଷ୍ଟକର ହୋଇଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ସଫା ପାଣିରେ ବାରମ୍ବାର ଆଖି ଧୋଇଥାନ୍ତି । କିନ୍ତୁ ସମସ୍ୟା ଦୂର ହୋଇ ନଥାଏ । ଏହି ସମସ୍ୟା ଅନେକ କାରଣରୁ ହୋଇପାରେ । ରାସାୟନିକ ଧୂଆଁ, କିଛି ଆଲର୍ଜି କିମ୍ବା ଯଦି କିଛି ଆଖି ଭିତରକୁ ପଶିଯାଏ, ଏହି ସମସ୍ୟା ମଧ୍ୟ ଦେଖାଦିଏ । ଅନେକ ଥର ଆଖିରୁ ଲଗାତାର ଲୁହ ଗଡ଼ିବା ହେତୁ ଆଖିରେ ସାମାନ୍ୟ ଫୁଲା ମଧ୍ୟ ବେଳେ ବେଳେ ଦେଖାଦିଏ । ଏପରି ପରିସ୍ଥିତିରେ ତୁର‌ନ୍ତ ଆରାମ ପାଇାବା ପାଇଁ କିଛି ଘରୋଇ ଉପଚାର କର‌ନ୍ତୁ ।

ଏହି ସମସ୍ୟା ପାଇଁ ଏକ ସଫା କପଡା ନେଇ ଗରମ ପାଣିରେ ଭିଜାଇ ଏହାକୁ ଚିପି ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଯେ ପାଣି ଯେମିତି ଅତ୍ୟଧିକ ଗରମ ନରହେ । ବର୍ତ୍ତମାନ ଏହି କପଡାକୁ ଆଖି ଉପରେ ଧୀରେ ଧୀରେ ରଖନ୍ତୁ । ଦେଖିବେ, କିଛି ମିନିଟ୍ ପରେ ଆପଣ ଆରାମ ଅନୁଭବ କରିବେ ।

ଆଖିର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କଞ୍ଚା ଆଳୁ ମଧ୍ୟ ବ୍ୟବହାର କରିପାରିବେ । କଞ୍ଚା ଆଳୁର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଶୀଘ୍ର ଆଖିର ଏହି ସମସ୍ୟାରୁ ମୁକ୍ତି ଆଣିବାରେ ପ୍ରଭାବଶାଳୀ । ଏଥିପାଇଁ ଆପଣ ଗୋଟିଏ ଆଳୁ ନେଇ ପାଣିରେ ଧୋଇ ଦିଅନ୍ତୁ । ବର୍ତ୍ତମାନ ଏହାର ଏକ ପତଳା ଖଣ୍ଡ କାଟି ଫ୍ରିଜରେ ପ୍ରାୟ ୧୦ ମିନିଟ୍ ରଖନ୍ତୁ । ଏହା ପରେ, ଏହି ଖଣ୍ଡକୁ ଫ୍ରିଜରୁ ବାହାର କରି ୧୫ ରୁ ୨୦ ମିନିଟ୍ ପର୍ୟ୍ୟନ୍ତ ଆଖି ଉପରେ ରଖନ୍ତୁ । ଦେଖିବେ ଆରାମ ଲାଗିବ ।

ମନେ ରଖ‌ନ୍ତୁ, ଆଖି ଅମୂଲ୍ୟ ସଂପଦ । ଟିକିଏ ବି ଆଖି ସମସ୍ୟା ହେଲେ ଅବହେଳା କର‌ନ୍ତୁ ନାହିିଁ । ଚକ୍ଷୁ ଡ଼ା‌କ୍ତରଙ୍କୁ ସାକ୍ଷାତ କର‌ନ୍ତୁ ।

Leave A Reply

Your email address will not be published.