om academy

ପିମ୍ପୁଡି ଖାଉଥିବା ଅସହାୟ ଶବ ରାସ୍ତା କଡରୁ ଉଦ୍ଧାର କଲା ସଂକଳ୍ପ ପରିବାର

jsm

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ଦିନେ କଷ୍ଟର ଏମିତି କାହାଣୀ ଲେଖିବ, ତାହା କେହି କେବେ ସ୍ୱପ୍ନରେ ବି ଭାବି ନଥିଲେ । ମହାମାରୀର ମହାତାଣ୍ଡବ, କେତେ ଯେ ଆଖିକୁ ଓଦା କଲାଣି, ତାହା ଭାବିଲା ବେଳକୁ ଛାତି ଥରି ଉଠୁଛି । ଆଉ ଏହାରି ଭିତରେ ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହା ଜାଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । କରୋନା ଭୟରେ ଲୋକେ ନିଜ ସମ୍ପର୍କୀୟଙ୍କ ଶବ ଛୁଇଁବାକୁ କୁଣ୍ଠା ପ୍ରକାଶ କରୁଥିବା ବେଳେ ୨୦ ରୁ ୩୦ ଘଣ୍ଟା ପର୍ୟ୍ୟନ୍ତ ଶବ ପଡିରହୁଥିବା ଖବର ଆପଣ ମାନେ ଅନେକ ଦିନ ଖବରକାଗଜ ମଧ୍ୟମରେ ଜାଣିବାକୁ ପାଉଥିବେ । କିନ୍ତୁ ଆଜି ଏପରି ଏକ ଘଟଣା ଘଟିଯାଇଛି ଯାହା ମନୁଷ୍ୟର ଅସହାୟତାକୁ ମଣିଷର ଅମାନବିକତାକୁ ପ୍ରକାଶ କରୁଛି । ସୂଚନା ମୁତାବକ ଆଜି ବରଗଡ଼ ଜିଲ୍ଲା ଭଟଲି ଅମ୍ବାଭନା ରାସ୍ତା କଡରେ ବୁଦା ମଧ୍ୟରେ ଏକ ଅର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ଶବ ପଡିରହିଥିବା ଦେଖିବାକୁ ମିଳିଥିଲା । କରୋନା ଭୟରେ ଲୋକେ ପାଖ ମାଡୁନଥିଲେ । ଶବଟି କାହାର, ଶବଟି କଉଠୁ ଆସିଲା, ପ୍ରକୃତରେ ପଡିରହିଥିବା ଲୋକଟି ମୃତ ନା ଜୀବିତ ଏକଥା ଜାଣିବା ପାଇଁ ସୁଦ୍ଧା କେହି ଇଚ୍ଛା ପ୍ରକାଶ କରୁନଥିଲେ । ପରେ ଭଟଲି ପୋଲିସ ବିଭାଗଠୁ ଖବର ପାଇ ସଂକଳ୍ପ ପରିବାରର ସଦସ୍ୟ ନିଧାନ ଦନ୍ତା ଓ ଜି ରମେଶ ଘଟଣାସ୍ଥଳକୁ ଯାଇ ଶବଟିକୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ମୃତ ବ୍ୟକ୍ତିଙ୍କ ଶବ ବରଗଡ଼ ଶବ ସରକ୍ଷଣ ଗୃହରେ ରଖାଯାଇଛି ଯଦି କେହି ତାଙ୍କ ପରିଚୟ ପାଇବେ ତାହେଲେ ଭଟଲି ପୋଲିସ ବିଭାଗ ଅଥବା ସଂକଳ୍ପ ପରିବାର ବରଗଡ଼ ମୁଖ୍ୟ ବିକାଶ ଅଗ୍ରୱାଲ ୭୦୦୮୫୬୯୧୫୦ଙ୍କ ସହିତ ଯୋଗାଯଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.