ପୁଲୱାମାରେ ଶହୀଦ ଯବାନମାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁଲୱାମାରେ ଶହୀଦ ହୋଇଥିବା ଯବାନମାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ଏକ ପଦଯାତ୍ରା ମାଧ୍ୟମରେ ମଶାଲ ଜାଳି ଶୋଭାଯାତ୍ରା କରାଯାଇ ଭାରତ ମାତା କି ଜୟ, ଜୟ ଯବାନର ସ୍ଲୋଗାନ ଦିଆଯାଇ ଜନସଚେତନତା କରାଯାଇଥିଲା । ସମସ୍ତେ ଏକତାବଦ୍ଧ ହୋଇ ଶହୀଦ ଯବାନମାନଙ୍କ ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କରାତଳି ଗ୍ରାମର ଯୁବଗୋଷ୍ଠୀଙ୍କ ନେତୃତ୍ୱରେ ଗଣେଶ ବେହେରା, ଅନୀଲ ରେଡ୍ଡୀ, ହିମାଂଶୁ ରେଡ୍ଡୀ, କୃଷ୍ଣ ଭୋଇ, ଦୀନେଶ, କେଶବ ଭାଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

sixteen + eight =

error: Content is protected !!