pakka

ଓଡ଼ିଶାରେ ୬,୬୦୦ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ନୀତିନ ଗଡକରୀ

bbehera

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ସମୃଦ୍ଧି ପାଇଁ ଉନ୍ନତ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ପୁରୀଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬,୬୦୦ କୋଟି ଟଙ୍କା ବ୍ୟୟରେ ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ଓ ଶିଳାନ୍ୟାସ ସମାରୋହରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଇଟିଡିସି ଅଧ୍ୟକ୍ଷ ସମ୍ବିତ ପାତ୍ରଙ୍କ ସମେତ ସାଂସଦ, ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରକ ସେକ୍ସନର ୬ ଲେନ୍ କାମ ଓ ୪୯ ନମ୍ବର ଜାତୀୟ ରାଜପଥର ବାହରାଗୋଡ଼ା-ସିଂଗଡ଼ା ସେକ୍ସନର ୪ ଲେନ୍ କାମ ରହିଛି । ଏହି ପ୍ରକଳ୍ପଗୁଡିକ ଯାତ୍ରା ସମୟ ହ୍ରାସ କରିବ ଏବଂ ଇନ୍ଧନ ସଞ୍ଚୟ କରିବ । ଏଥିସହିତ ପୂର୍ବ ଉପକୂଳରେ ଥିବା ବନ୍ଦରଗୁଡ଼ିକ ସହ ସହଜରେ ଯୋଗାଯୋଗ ସୁବିଧା ହେବ, ଯାହା ଶିଳ୍ପ କାର୍ଯ୍ୟକଳାପକୁ ବଢ଼ାଇବ । ଓଡ଼ିଶାକୁ ବିକାଶର ନୂଆ ଗତି ଦେବା ଲକ୍ଷ୍ୟରେ ୨୬ଟି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏଗୁଡ଼ିକ ବ୍ୟତୀତ ଅନ୍ୟ ୧୩ଟି ପ୍ରକଳ୍ପ ଉପରେ ମଧ୍ୟ କାମ ଆରମ୍ଭ ହେଉଛି । ଏହି ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ସେହିପରି ଶ୍ରୀଜଗନ୍ନାଥ ଧାମ ଓ କୋଣାର୍କ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଯାତ୍ରା ସୁରକ୍ଷିତ ଓ ଠିକ୍ ସମୟରେ ସମ୍ପନ୍ନ ହେବ । ଅନ୍ୟ ରାଜ୍ୟ ମଧ୍ୟରେ ଓଡ଼ିଶାର ଯୋଗାଯୋଗରେ ସୁଧାର ଆସିବ । ଖଣି ଖନନ ଏବଂ କଞ୍ଚାମାଲ ପାଇଁ ବନ୍ଦରଗୁଡିକ ସହ ଯୋଗାଯୋଗ ସହଜ ହେବ । ଏହା ଦ୍ୱାରା ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବ । ସେହିପରି ରେଳ ପୋଲ ନିର୍ମାଣ ହେଲେ ଯାତାୟାତ ସୁରକ୍ଷିତ ଓ ଗତିଶୀଳ ହେବ ।

jay balangir
Leave A Reply

Your email address will not be published.

fourteen − 13 =