
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆମ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର୍ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀକୁ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ପାଳନ କରିବା ସମେତ ସଂଗଠନର କର୍ମକର୍ତ୍ତା ମାନେ ଗାନ୍ଧୀ ପାର୍କରେ ଅବସ୍ଥିତ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ ଓ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଭଞ୍ଜସେନା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ସହର ସଭାପତି ସଞ୍ଜୟ ମାହାର୍ଣ୍ଣା, ଛାତ୍ର ସଭାପତି ଦୀପକ୍ ବେହେରା, ଗୌରବ ମହାନ୍ତି, ଗୋପାଳ ସିଂ, ସତ୍ୟ ରଞ୍ଜନ ପ୍ରହିତୀକ୍ ନାଥ, ଆନନ୍ଦ ପରିଡା ପ୍ରମୁଖଙ୍କ ସମେତ ଅନେକ ଯୁବଛାତ୍ର ସାମିଲ୍ ହୋଇଥିଲେ ।