csstore

ରବିବାର ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଆହୁରି ଦୀର୍ଘ ମିଆଦୀ ଜନହିତ ହେଉ : ପ୍ରଶାନ୍ତ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ରୋଗୀ ଓ ସେମାନଙ୍କର ସହାୟକ ଭାବରେ ଆସିଥିବା ବ୍ୟକ୍ତି ବିଶେଷମାନଙ୍କୁ ସହଯୋଗ ଫାଉଣ୍ଡେସନ ତରଫରୁ ପ୍ରତି ରବିବାର ଦିବା ଘ.୧୨.୩୦ମି. ସମୟରେ ଅନ୍ନପୂର୍ଣ୍ଣା ମାଧ୍ୟମରେ ଦୀର୍ଘ ୯ ମାସ ହେଲା ଭାତ ଓ ଡାଲମା, ଖଟା ସହିତ ମିଷ୍ଟାନ୍ନ ବଣ୍ଟନ କରିଆସୁଛି । ପୂର୍ବରୁ ଓଡିଶା ସରକାର ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ଥିବା ବେଳେ ସହଯୋଗ ଫାଉଣ୍ଡେସନ ତରଫରୁ ନିଆଯାଇଥିବା ରବିବାର ଦିନ ଅନ୍ନପୂର୍ଣ୍ଣା ଯୋଜନା ମାଗଣାରେ ଖାଇବାକୁ ଯୋଗାଇ ଆସୁଅଛି । ଯଦିଓ ଚଳିତମାସ ଜୁଲାଇ ୨ ତାରିଖରୁ ଆହାର କେନ୍ଦ୍ର ଚାଲିଲା । କିନ୍ତୁ ପ୍ରତି ରବିବାର ଦିନ ସହଯୋଗ ଫାଉଣ୍ଡେସନର ନିରନ୍ତର ଓ ନିରବଚ୍ଛିନ୍ନ ଭାବରେ ସଫଳତା ସହିତ ଅନ୍ୟମାନଙ୍କୁ ଖାଦ୍ୟ ଯୋଗାଇ ଆସୁଛି । ସେବାମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ରବିବାର ଅନ୍ନପୂର୍ଣ୍ଣା ଆହୁରି ଦୀର୍ଘ ମିଆଦୀ ଓ ଜନହିତ ହେଉ ବୋଲି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ବ୍ୟୁରୋ ମୁଖ୍ୟ ପ୍ରଶାନ୍ତ ମିଶ୍ର ମତପ୍ରକାଶ କରିଥିଲେ । ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମକୁ ଆଜି ପାଇଁ ସହଯୋଗର ହାତ ବଢାଇ ଥିଲେ ଅପ୍‌ସରା ଜୋନର ମାଲିକ କହ୍ନେୟା ମାଲାଙ୍ଗ ଓ ପରିବାରଜନ । କାର୍ଯ୍ୟକ୍ରମରେ ପିଙ୍କି ମୋଦୀ, ପ୍ରଭାସ ଶ୍ରୀବାସ୍ତବ, ବିଜୟା ମୋଦୀ, ନାନକୀ ଅଗ୍ରୱାଲ୍, ଅନିଳ ମୋଦୀ, ସୁଦୀପ୍ତ ତ୍ରିପାଠୀ, ତୋଫାନ ପାତ୍ର, କାଜଲ ମାଲାଙ୍ଗ, ଅମର ମାଲାଙ୍ଗ, ସାସି ମାଲାଙ୍ଗ, ମୁସ୍କାନ ମାଲାଙ୍ଗ, ସାମ୍ବାଦିକ ପୱନ ଅଗ୍ରୱାଲ, ଗଜାନନ ଅଗ୍ରୱାଲ, କେଦାର ଅଗ୍ରୱାଲ, ଦୀପକ ଜୈନ, ଦୁର୍ଗାପ୍ରାସାଦ ଆଚାର୍ଯ୍ୟ, ଲିଲାମାୟା ସାହୁ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଆର୍ତ୍ତତ୍ରାଣ ପାଢୀ ଅତିଥି ପରିଚୟ ପ୍ରଦାନ କରିବା ସହ ସହଯୋଗ ଫାଉଣ୍ଡେସନର କରୁଥିବା ବିଭିନ୍ନ ଜନ ହିତକର କାର୍ଯ୍ୟଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କରିଥିଲେ । ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଡ. ପଞ୍ଚାନନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.