oom

ବରଗଡ଼ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ରାସ୍ତାକୁ ଓହ୍ଲାଇଲା ଆମ୍‌ ଆଦମୀ ପାର୍ଟି

jsmm

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ପୁରୁଣା ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଏବେ ବିପର୍ୟ୍ୟସ୍ତ ହୋଇପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପୂର୍ଣ୍ଣାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ବି ପୂରଣ ହୋଇନଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ସେହିପରି ଜିଲ୍ଲାରେ ୨୭୩ଟି ସରକାରୀ ସ୍କୁଲକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ମଙ୍ଗଳବାର ଆପ ପକ୍ଷରୁ ଏକ ଆକ୍ରୋଶ ରାଲି କରାଯାଇଥିଲା । ସ୍ଥାନୀୟ ନିଶାମଣି ପଡ଼ିଆରୁ ବାହାରି ଜିଲ୍ଳାପାଳ କାର୍ୟ୍ୟାଳୟ ପର୍ୟ୍ୟନ୍ତ ସରକାରଙ୍କ ଜନବିରୋଧୀ ସ୍ଲୋଗାନ ଦେଇ ଆପ୍‌ର କର୍ମୀ ଓ ସାଧାରଣ ଲୋକ ଆସିଥିଲେ । ବରଗଡ଼ ଜିଲ୍ଲାରେ ଭୂମିହୀନଙ୍କୁ ଘର ଡିହ ଓ ଆବାସ ଘର ଦେବାକୁ ଦାବୀ କରାଯାଇଥିଲା । ସ୍ୱନିଧି ଯୋଜନାରେ ଉଠା ଦୋକାନୀଙ୍କୁ ଦଶ ହଜାର ଟଙ୍କା ଋଣ ପ୍ରଦାନ ପାଇଁ ଦାବୀ ହୋଇଥିଲା । ସେହିପରି କେନ୍ଦ୍ରର ମୋଦୀ ସରକାର ଆଣି ଥିବା କୃଷି ବିଲ୍‌କୁ ତୁରନ୍ତ ପ୍ରତ୍ୟାହାର କରିବା ଦାବୀ କରିଥିଲେ । ଏହା ସହ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆପ୍‌ ସମର୍ଥନ ଜଣାଇଥିଲେ । ଏହି କାର୍ୟ୍ୟକ୍ରମରେ ଆମ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଭାବନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାବ ପାତ୍ର, ମମତା ବେହେରା, ସ୍ବରୂପ ଭୋଇ, ରମେଶ ପତି, ଯଶୋବନ୍ତି ପୋଢ଼, ବସମତି ବଂଛୋର, ସହ ସମର୍ଥନରେ ବିର୍ସା ର୍ମୁଣ୍ଡା ସଂଘର୍ଷ ବହିନୀର ସଭାପତି ମରିୟମ ବାର୍ଲା, ସମ୍ବିଧାନ ସୁରକ୍ଷା ମଂଚର ପବିତ୍ର ଦେହେରି, ହସ୍ପିଟାଲ ବଞ୍ଚାଓ ଅଭିଯାନର ଶିବାନନ୍ଦ ମଟାରୀ, ଓ ସବିତ୍ରୀ ବାଇ ଫୁଲେ ମହିଳା ସଂଗଠନ ତୋରାର ସଭ୍ୟମାନେ ଯୋଗ ଦେବା ସହ ବରଗଡ଼ରେ ସମସ୍ତ ୱାର୍ଡରୁ ସଚେତନ ନାଗରିକମାନେ ଏହି ଆକ୍ରୋଶ ରେଲିରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.