ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ଦ୍ୱାରା ଯୁବ ବ୍ୟାପାର ଓ ଖେଳ ମନ୍ତ୍ରଣାଳୟ ଦ୍ୱାରା ପ୍ରୟୋଜିତ ମେରା ଯୁବ ଭାରତ କାର୍ଯ୍ୟକ୍ରମ ଅବସରରେ ନେହେରୁ ଯୁବ କେନ୍ଦ୍ର ଓ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ମିଳିତ ଉଦ୍ୟମରେ ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ପ୍ରକୃତି ମିତ୍ର ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୀମଭୋଇ ମେଡିକାଲ ହସ୍ପିଟାଲ ସୁପରିଟେଣ୍ଟଣ୍ଡ ମାନସି ପଣ୍ଡା ଓ ଏନ୍ୱାଇକେର କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ବିପିନ ବିହାରୀ ଜେନା ଅତିଥି ରୂପେ ଯୋଗ ଦେଇଥିଲେ । ପରିବେଶକୁ କିଭଳି ସ୍ୱଚ୍ଛ ରଖିବା ସେ ଉପରେ ସଚେତନ ହୁଅନ୍ତୁ ବୋଲି ଅତିଥି ଗଣ ଉଦ୍ବୋଧନ ଦେଇଥିଲେ । ଏଥିରେ ଯୁବ ସଂପାଦକ ଭୁବନେଶ୍ୱର ଭୋଇ, ଜିଲ୍ଲା ସଦସ୍ୟ ଦିନେଶ ପ୍ରଧାନ, ଆକାଶ ବିଶ୍ୱାଲ, ଝୁନୁ ପ୍ରଧାନ, ସ୍ୱାଗତ ବିଶ୍ୱାଲ, ବିଶ୍ୱନାଥ ବିଶ୍ୱାଲ, ରମେଶ ନାୟକ, ଦିପକ ବିଶ୍ୱାଲ, ରଜତ ବିଶ୍ୱାଲ, ବାପୁନ ପ୍ରଧାନ, ବଲିଆର ଓ ଗୋପି ପ୍ରମୁଖ ଉପସ୍ଥିତ ଥିଲେ ।