oom

ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ବଣିକ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସହରର ବିଭିନ୍ନ ମୌଳିକ ସମସ୍ୟା ଓ ତାର ସମାଧାନକୁ ନେଇ ଆଲୋଚନା ହୋଇଥିଲା । ଟିଟିଲାଗଡ ସହର ମଧ୍ୟରେ ଥିବା ସରକାରୀ ଡାକ୍ତରଖାନାକୁ ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ମାନ୍ୟତା ଦେବାସହ ପୁରାତନ ଡ଼ାକ୍ତରଖାନାରେ ୨୪ ଘଣ୍ଟିଆ ଆଉଟ୍ ଡୋର ସେବା ଉପଲବ୍ଧ କରିବା, ଟିଟିଲାଗଡ ସହରର ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରୀଡ ସ୍ଥାପନା କରିବା, ସ୍ଥାନୀୟ ଡିଏଭି କଲେଜ ଓ ମହିଳା ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରିବା ଦାବୀ ମଞ୍ଚ ପକ୍ଷରୁ ପ୍ରଶାସନ ନିକଟରେ ଉପସ୍ଥାପନା କରାଯିବା ନେଇ ପ୍ରସ୍ତାବ ଆଗତ ହୋଇଥିଲା । ସହରର ସମସ୍ତ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଏବଂ ସ୍ଥାନୀୟ ବିଧାୟକଙ୍କୁ ନେଇ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ହୋଇଛି । ଆୟୋଜିତ ବୈଠକରେ ସାଧାରଣ ସମ୍ପାଦକ ମୋହନ ଲାଲ ଜୈନ, ଉପସଭାପତି ଦୀପକ ସମଜଦାର, ସାଙ୍ଗଠନିକ ସମ୍ପାଦକ ମନୋଜ ହାତୀ ପ୍ରମୁଖଙ୍କ ସହ ଅକ୍ଷୟ ବେହେରା, ଲକ୍ଷ୍ମୀକାନ୍ତ ମହାପାତ୍ର, ଘିନୂ ଆଡ଼ଜୁଆଡ, ପଦ୍ମନାଭ ବେହେରା, ରଘୁନାଥ ଠାକୁର, ଚିନ୍ତାମଣି ରଥ, ରାଜେନ୍ଦ୍ର ନାରାୟଣ ମିଶ୍ର, ଚିନ୍ତାମଣି ମହାପାତ୍ର, ରମାନାଥ ଖମାରି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.