jsm

ପରିବେଶୀୟ ମଞ୍ଜୁରୀ ନିମନ୍ତେ ସର୍ବସାଧାରଣ ଶୁଣାଣି

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ତହସିଲ ଅନ୍ତର୍ଗତ ଡିଆଟନ ଗ୍ରାମରେ ଡେକୋରେଟିଭ ପଥର ଖଣି ନିମନ୍ତେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କର୍ତ୍ତୁପକ୍ଷ ଦ୍ୱାରା ପରିବେଶୀୟ ମଞ୍ଜୁରୀ ନିମନ୍ତେ ଆବଶ୍ୟକ ପଡୁଥିବା ସର୍ବସାଧାରଣ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବସାଧାରଣ ଶୁଣାଣିରେ ଟିଟିଲାଗଡ ଉପ ଜିଲ୍ଲାପାଳ ରେହାନ ଖତ୍ରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କ୍ଷେତ୍ରୀୟ ଅଧିକାରୀ ଶ୍ରୀମତି ବବିତା ସିଂ ମଞ୍ଚାସୀନ ଥିଲେ । ଏହି ସର୍ବସାଧାରଣ ଶୁଣାଣିରେ ସର୍ବସାଧାରଣଙ୍କ ସମେତ ପ୍ରକୃତ ଅଧିବାସୀ, ପରିବେଶୀୟ ସଂସ୍ଥା ଏବଂ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାପନ ହେଉଥିବା ସ୍ଥାନରେ ଜନବର୍ଗ, ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ହେଉଥିବା ବାସିନ୍ଦା, ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେଉଥିବା ବାସିନ୍ଦାମାନଙ୍କ ଠାରୁ ପ୍ରକଳ୍ପ ସ୍ଥାପନ ଯୋଗୁଁ ପରିବେଶୀୟ ପ୍ରଭାବ ସମ୍ବନ୍ଧୀୟ ପ୍ରସ୍ତାବ, ମତାମତ, ମନ୍ତବ୍ୟ ଓ ଆପତ୍ତି ପତ୍ର ଉପରେ ଶୁଣାଣି ହୋଇଥିଲା । ସର୍ବସାଧାରଣ ଶୁଣାଣିରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକା ଶ୍ରୀମତି ଅଙ୍କିତା କୁମ୍ଭାର, ଟିଟିଲାଗଡ ତହସିଲଦାର ଶୁଭାଶିସ ଶତପଥୀ, ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ କର୍ମଚାରୀ, ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ସଂଘର କର୍ମକର୍ତ୍ତା ଏବଂ ଶାନ୍ତି ଓ ଶୃଙ୍ଖଳା ନିମନ୍ତେ ସିନ୍ଧେକେଲା ଥାନା ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.