ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ରାଉରକେଲା ଶାଖା ତରଫରୁ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଭୁଇଙ୍କ ସଭାପତିତ୍ୱ ଓ ସମ୍ପାଦିକା ସୁଚିସ୍ମିତା ବିଶ୍ୱାସଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବୋଧନୀରେ ବଙ୍ଗଳା ତମ ସାହିତ୍ୟର ମାନ୍ୟଗୁଣ୍ୟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସୁସ୍ମିତା ନସ୍କରଙ୍କ ମଞ୍ଚ ସଂଯୋଜନାରେ ଶକ୍ତି ରୂପେଣ ସଂସ୍ଥିଥା ସଂଗୀତ ଗାନ କରାଯାଇଥିଲା । ଏଥିରେ ଶର୍ମିଷ୍ଠା ବନ୍ଧୋପଧ୍ୟାୟ, ତମିସ୍କା ଭଟ୍ଟାଚାର୍ଯ୍ୟ, ବାପି ମଜୁମଦାର, ଜୋୟା ମୁନସି, ରିଷଭ ଗୁରୁଦ୍ୱାରା, ସୋମା ସେନ୍ ପ୍ରମୁଖ ସଂଗୀତ ଗାନ କରିଥିଲେ । ପରେ ସୁପ୍ରସିଦ୍ଧ ଗାୟିକା ଛବି ଦାସ, ଆତିସ ସରକାର ସଂଗୀତ ପରିବେଷଣ କରିଥିବା ବେଳେ ଆରୋହଣ, ଆବର୍ତ୍ତନ ଓ ଆରାଧ୍ୟା ସରକାର ମାଁ ଦୁର୍ଗାଙ୍କ ସମ୍ପର୍କୀତ ନୃତ୍ୟ ପରିବେଷଣ ସହ କବିତା ପାଠ କରିଥିଲେ । ଏହି ଅବସରରେ ସର୍ବଭାରତୀୟ ବଙ୍ଗଳା ପତ୍ରିକାର ସମ୍ପାଦକ ବିପୁଲ ଗୁପ୍ତା ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତିକରଣ, ଶିକ୍ଷା ଓ ସାମ୍ପ୍ରତିକ ସ୍ଥିତିରେ ନାରୀ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନାଟ୍ୟକାର ପଲ୍ଲବ ଚାଟାର୍ଜୀ ଓ ରତ୍ନା ଚାଟାର୍ଜୀ ମୌଖିକ ହାସ୍ୟରସ ନାଟକ ପାଠ କରିଥିଲେ । ବରିଷ୍ଠ କବି ଶୈଲେନ ଭଟ୍ଟାଚାର୍ଯ୍ୟ, ପ୍ରଦୀପ କୁମାର ଦସ୍ତିଦାର, ପୂର୍ଣ୍ଣିମା ଦସ୍ତିଦାର କବିତା ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଜୋୟା ମୁନସୀ ମା’ଙ୍କ ଆଗମନୀ ସମ୍ପର୍କରେ ଏକ ନୃତ୍ୟ ପରିବେଷଣ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଭୁଇ ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦିକା ଶ୍ରୀମତୀ ବିଶ୍ୱାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଏଥିରେ ରିମି ଚକ୍ରବର୍ତ୍ତୀ ତାଙ୍କୁ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁତୁଲ ରାହୁଲ, ପ୍ରଦୀପ ଗୁରୱରା, ଅଞ୍ଜନା ଭୁଇ, ଆଲୋକ କୁମାର ବନ୍ଧୋପଧ୍ୟାୟ, ସମ୍ପା ମଜୁମଦାର, ଚନ୍ଦନ ବିଶ୍ୱସେ, ନେହା ଚାଟାର୍ଜୀ, ଜୟତୀ ଗୁରୁୱରା, ଡା. ଆଶିଷ କୁମାର ସାହାଙ୍କ ସମେତ ଶତାଧିକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!