ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁ ସ୍ଥିତ ଦହିଗାଁ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ସଞ୍ଜୟ କୁମାର ପଟେଲଙ୍କ ସଂଯୋଜନାରେ ସଂଗୀତ, ନୃତ୍ୟ, ବାଗ୍ମୀତା, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ବିରତି ପରେ ସୁରଭି ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ଡୋଳାମଣୀ ଦାଶ, ସମ୍ମାନିତ ଅତିଥି ଈଶ୍ୱର ଭୋଇ, ଶିକ୍ଷାବିତ୍‌ ସନାତନ ଭୋଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଓ ତାଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ରାଜେନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ, ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୁଲମଣି ପ୍ରଧାନ, ଭୀଷ୍ମଦେବ ବାରିକ ପ୍ରମୁଖ ସହଯୋଗ କରିଥିଲେ । ନାରାୟଣ ପାଣ୍ଡେ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.