csstore

ତାଲୁକ୍ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ କୋର୍ଟ ପରିସର ମଧ୍ୟରେ ତାଲୁକ୍ ସ୍ତରୀୟ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ତାଲୁକ୍‌ ସ୍ତରୀୟ ଆଇନ ସହାୟତା ସମିତି ପକ୍ଷରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ୍‌ ତଥା ଆଇନ ସହାୟତା ସମିତି ଅଧ୍ୟକ୍ଷ ପଲ୍ଲଭି ଦାସ ଯୋଗଦେଇ ମାଗଣା ଆଇନ ସହାୟତା ପ୍ରଦାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସଭାରେ ସମ୍ପାଦକ ଦେବାଶିଷ ମହାନ୍ତି, ବୋଡ଼େନ ଓକିଲ ସଂଘ ସଭାପତି ହିରାଲାଲ ମାଝୀ, ସମ୍ପାଦକ ବିବି ଷଡ଼ଙ୍ଗୀ, ଏପିପି ଗୌତମ ନୀଆଲ, ପ୍ରଶାସନିକ ଅଧିକାରୀ ଅଂଶୁମାନ ମାଝୀ, ବୋଡ଼େନ ଥାନା ଅଧିକାରୀ ଗୋବିନ୍ଦ ମାଝୀ, ପୋଲିସ ଏସ୍‌ଆଇ ଧରଣୀ ଧର ଦାଶ, ଫରେଷ୍ଟର ଦୁର୍ଯ୍ୟୋଧନ ଦୀକ୍ଷିତ, ଅବକାରୀ ବିଭାଗରୁ ଧନରାଜ ଦଣ୍ଡସେନା ସହ କୋର୍ଟ ଏବଂ ପୋଲିସ କର୍ମଚାରୀମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.