oom

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

jsmm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟି ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଡ. ସତ୍ୟବ୍ରତ ମିଶ୍ର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତଥା ସମାଜକୁ ବିଜ୍ଞାନର ଅବଦାନ ଓ ଶିଶୁ ମାନଙ୍କ ପାଇଁ ବିଜ୍ଞାନ ମେଳାର ଆବଶ୍ୟକତା ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଆଚାର୍ଯ୍ୟା ଶ୍ରୀମତୀ ରଶ୍ମିତାମୟୀ ଦାଶ ବିଜ୍ଞାନର ଉନ୍ନତି ଫଳରେ ସମାଜର ଉନ୍ନତି ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ପ୍ରାକ୍ ଶିଶୁ ବର୍ଗ, ଶିଶୁ ବର୍ଗ ଓ ବାଲ୍ ବର୍ଗରୁ ମୋଟ ୧୫୩ଟି ପ୍ରକଳ୍ପ ପ୍ରଦର୍ଶନ ହୋଇଥିବା ବେଳେ ପ୍ରାକ୍ ଶିଶୁ ବର୍ଗରେ ନୈତିକ ବେହେରା, ସମ୍ଭାବୀ ପ୍ରଧାନ ଓ ସ୍ମୃତିରଞ୍ଜନ ମିଶ୍ର ପ୍ରଥମ, ଦେବେନ୍ଦ୍ର ଘିବେଲା, ରୋହିଣୀ ଖମାରୀ ଓ ଚାନ୍ଦିନୀ ଥନାପତି ଦ୍ୱିତୀୟ ଏବଂ ସୋହନ ଗୁରହାଣ୍ଡି, ଆଦ୍ୟାଶା ମେହେର ଓ ଶ୍ରେୟାଂଶ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଶିଶୁବର୍ଗରେ ପ୍ରଦର୍ଶିତ ବିଭିନ୍ନ ପ୍ରକାର ପ୍ରକଳ୍ପରେ କଳ୍ପିତା ସାହୁ, ବିଧିପ୍ରଜ୍ଞା ମିଶ୍ର, ଅନୁଷ୍କା ମେହେର, ଆଦ୍ୟାଶା ମିଶ୍ର, ରୋହିତ ଥନାପତି ପ୍ରଥମସ୍ଥାନ, ରିତିଶ ମେହେର, ଅରମାନ ଡାଙ୍ଗ, ଆୟାନ ସମ୍ରାଟ ଡାଙ୍ଗ ଦ୍ୱିତୀୟ ଏବଂ ଅନୁଜ ମେହେର, ସୋନାକ୍ଷୀ ସିଂହ, ସ୍ୱସ୍ତିକା ପୁଟେଲ ପ୍ରମୁଖ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବାଲ୍ ବର୍ଗରେ ଅନାମିକା ଗୁରହାଣ୍ଡି ପ୍ରଥମ, ସୁମେଶ ମେହେର ଦ୍ୱିତୀୟ ଓ ସୁହାନୀ ଗୁରହାଣ୍ଡି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଗଣିତ ପ୍ରକଳ୍ପରେ ବାଲ୍ ବର୍ଗର ଭାଇ ପ୍ରଜ୍ୟୋତ ପ୍ରୟାସ ଖମାରୀ ପ୍ରଥମ ଏବଂ ଶିଶୁ ବର୍ଗର ଜ୍ୟୋତିର୍ମୟୀ ମେହେର, ଦେବାଶିଷ ମିଶ୍ର, ଲୋଚନ ସାହୁ ପ୍ରମୁଖ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରାକ୍ ଶିଶୁ ବର୍ଗରେ ବିଚାରକ ଭାବେ ଗୁରୁଜୀ ପ୍ରଦୀପ ସା ଓ ଗୀତାଞ୍ଜଳି ପ୍ରଧାନ, ଶିଶୁବର୍ଗରେ ଅର୍ପନା ମେହେର, ଗୌତମ ପଟେଲ, ତୁଳସୀ ବଢେଇ ଏବଂ ବାଲ୍ ବର୍ଗରେ ରଶ୍ମିତାମୟୀ ଦାଶ, ମମତା ମଲ୍ଲୀକ, ଟିକେଶ୍ୱର ମିଶ୍ର, ଧନଞ୍ଜୟ ମହାକୁର, ଶିଶୁଙ୍କ ପ୍ରକଳ୍ପ ମୂଲ୍ୟାଙ୍କନ କରିଥିଲେ । ଆଚାର୍ଯ୍ୟ ଶତୃଘ୍ନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.