pr

ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ପାଠାଗାର ପରିସରରେ ଏକ ନିଃଶୁଳ୍କ ସାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ଵର ‘ସମ୍ ହସପିଟାଲର’ ଅସ୍ଥି ଶଲ୍ୟ ବିଶେଷଜ୍ଞ ପ୍ର. ଡା. ଶକ୍ତି ସ୍ୱରୂପ, ଡା. ଜି.ଏନ୍. ସାହୁ, ଡା. ଶଶିଭୂଷଣ ନେପାକ, ଡା.ଏମ୍.ପି. ବେହେରା ପ୍ରମୁଖ ଟେକ୍ନିସିଆନ୍ ସୁଶାନ୍ତ କୁମାର ସ୍ୱାଇଁ, ଆଇଲିନ୍ ଟିଗ୍ଗା, ପଦ୍ମିନୀ ସୋରେନ୍, ସମୀରା ମହାରଣା, ବିଦ୍ୟୁତ୍ ମଣ୍ଡଳ, ଦିଲିପ ବାରିକ, କ୍ଷିରୋଦ ପାଢ଼ୀ ପ୍ରମୁଖଙ୍କ ସହାୟତାରେ ବିଭିନ୍ନ ରୋଗର ନିଦାନ ସହ ପରାମର୍ଶ ଦେବା ସହ ଔଷଧ ବିତରଣ କରିଥିଲେ । ଏଥିରେ କଲୋନୀର ଶତାଧିକ ବ୍ୟକ୍ତି ଅଂଶଗ୍ରହଣ କରି ଉପକୃତ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମହିଳା ସମିତିର ସଭାପତି ସବିତା ସାହୁଙ୍କ ନେତୃତ୍ୱରେ ନମିତା ଆଚାର୍ଯ୍ୟ, ସୁପ୍ରିୟା ମହାନ୍ତି, ସାବିତ୍ରୀ ଦାସ, ସ୍ନିଗ୍ଧା ସାମନ୍ତରାୟ, ପ୍ରୀତି କୁମାରୀ ସାହୁ, ଅନିତା ବିଶ୍ୱାଳ, ଗୀତା ସେନାପତି, ସୁପ୍ରଭା ସାହୁ, ମଂଜୁଳା ମହାପାତ୍ର, ନନ୍ଦିତା ପାତ୍ର, ଗୀତାଞ୍ଜଳି ମିଶ୍ରଙ୍କ ସହ ପାଠାଗାରର ଲକ୍ଷ୍ମଣ ନାଥ ଦାସ, ତ୍ରିଲୋଚନ ମିଶ୍ର, ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ନାରାୟଣ ଚନ୍ଦ୍ର ଜେନା, ବସନ୍ତ ସେନାପତି ପ୍ରମୁଖ ସହାୟତା କରିଥିଲେ ।

nrusinghnath
Leave A Reply

Your email address will not be published.