
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏହି ପୁଣ୍ୟ ମାସରେ ଟିଟିଲାଗଡ ଲାୟନ୍ସ କ୍ଲବର ସଦସ୍ୟମାନେ ପ୍ରଭୁ ଶିବଙ୍କ ଆରାଧନା କରିବା ସହ କ୍ଲବ୍ ସଭାପତି ମନୀଷ ଗୁପ୍ତାଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ୨୩ ଜଣ ଦମ୍ପତିଙ୍କୁ ନେଇ ଏକ ମହାରୁଦ୍ରାଭିଷେକର ଆୟୋଜନ କରାଯାଇଛି । ପୂଜକ ସିଦ୍ଧାର୍ଥ ମହାପାତ୍ର ଓ ସହଯୋଗୀ ପଣ୍ଡିତ ସାଧୁ ଚରଣ ମହାପାତ୍ର, ଦେବାଂଶୁ ଭୂଷଣ ଦାସ, ସୋନୁ ଶତପଥୀ , ବୀରେନ୍ଦ୍ର ଖମାରି ଓ ସହଯୋଗୀଙ୍କ ମନ୍ତ୍ର ଉଚ୍ଚାରଣରେ ଏହି ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି । ତେବେ ପ୍ରଭୁ ମହାଦେବଙ୍କ ପୀଠରେ ନିଜର ମନସ୍କାମନା କରିବା ସହିତ ଆସ୍ଥା ଭକ୍ତି ଓ ଦିବ୍ୟତାର ସଙ୍ଗମସ୍ଥଳ ପାଲଟି ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର କୋଷାଧ୍ୟକ୍ଷ ଶ୍ରୀରାମ ଅଗ୍ରୱାଲ, ସଞ୍ଜୟ ସୋନି, ଦୀପକ୍ ପୃଷ୍ଟି, ମାର୍କେଟିଙ୍ଗ ଚେୟାର ପର୍ସନ ଲାୟନ୍ ସଞ୍ଜୟ କୁମାର ନାୟକ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ ।