
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଶାତୁଲା, କୁର୍ଡିଆମୁଣ୍ଡା, ଝଲପ, ଭାନପୁର ଓ ବାଳବେଙ୍ଗ ଗ୍ରାମର ଉତ୍ପାଦକ ଗୋଷ୍ଠୀର ଛତୁ ଚାଷ କରୁଥିବା ମହିଳା ଚାଷୀଙ୍କୁ ନେଇ ଭାରତ ର୍ୟୁରାଲ ଲାଇଭଲିହୁଡ ଫାଉଣ୍ଡେସନ ତରଫରୁ ଗ୍ରୀନ କଲେଜ ପ୍ରକଳ୍ପ ମାଧ୍ୟମରେ ତିନିଦିନ ଧରି ଅର୍ଶାତୁଳା ଗ୍ରାମ ପଞ୍ଚାୟତ ଠାରେ ଛତୁ ଚାଷ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲିମ ଦାତା ସୁବଳ ମେହେରଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଛି । ମୁଖ୍ୟତଃ ବ୍ୟବସାୟିକ ଭିତ୍ତିକ ଛତୁ (ପାଳଛତୁ, ଧିଙ୍ଗରିଛତୁ)ଚାଷ କରି ବର୍ଷ ସାରା କିପରି ଆୟ ଠିକ୍ ହିସାବରେ କରିହେବ ସେ ଉପରେ ବିଷଦ୍ ଭାବରେ ବୁଝାଇଥିଲେ । ଛତୁମଞ୍ଜି, ପାଳ ଓ ବେସନ ଦ୍ୱାରା କିପରି କରାଯିବ ତାହା ପ୍ରଦର୍ଶନ କରାଇଥିଲେ । ଏହି ତାଲିମରେ ଶ୍ରମିକ ଶକ୍ତିସଂଘର ସଂଯୋଜକ ଗୁରୁଗୋଦିନ୍ଦ ସିଂହ ମାଝୀ, ସୁମନ୍ତ ମହାପାତ୍ର, କୈବଳ ପୁଟେଲ ଅଂଶ ଗ୍ରହଣ କରିଥିଲେ । ଏଥିରେ ବହୁ ମହିଳାମାନେ ସାମିଲ ହୋଇ ତାଲିମ ଗ୍ରହଣ କରିଥିଲେ ।