jayashree

ନଅଗାଁ (କ)ରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅ ଗାଁ (କ) ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ସଭାଗୃହରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ତପସ୍ଵିନୀ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ମଞ୍ଚାସୀନ ଅତିଥିଭାବେ ଯୋଗ ଦେଇଥିଲେ । ସର୍ବମୋଟ ୯ଟି ଅଭିଯୋଗ ଉପରେ ଅତିଥିମାନେ ଶୁଣାଣି କରିଥିଲେ । ଏହି ଗ୍ରାମ ପଞ୍ଚାୟତରେ କଣ୍ଠିପାଲି, ତେଲେନ୍ ପାଲି, ବାଇଗଣ ଖାରି, ଅଏଲାପାଲି, ମୁଣ୍ଡପାଲି, ନଅଗାଁ, ଡୁଡୁକା ମୁଣ୍ଡା, ହଳଦୀ ପଦର, ଗଣ୍ଡପାଲି ଗ୍ରାମକୁ ନେଇ ଗ୍ରାମପଞ୍ଚାୟତ ଗଠିତ । ଏହି ଅଭିଯୋଗ ଶୁଣାଣୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିଇବା ପାଣି ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଭତ୍ତା, ଶିକ୍ଷା, ଗମନାଗମନ ପାଇଁ ରାସ୍ତା ମରାମତି, ମତ୍ସ୍ୟ ଆଦି ପ୍ରତ୍ୟେକ ବୈଠକରେ ଅନୁପସ୍ଥିତି ଯୋଗୁଁ ହିତାଧିକାରୀଙ୍କ ଅସନ୍ତୋଷ ଦେଖାଯାଇଥିଲା । ସ୍ୱାସ୍ଥ୍ୟ, ଉଦ୍ୟାନ, କୃଷି, ଏନ୍ ଆର୍ ଇ ଜି ଏସ, ପ୍ରଭୃତି ଉପରେ ଶୁଣାଣି ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅଂଶୁମାନ ଦେବ ବାବୁ, ବୈକୁଣ୍ଠ ଜଗତ, ଦେବାଶିଷ ସାହୁ, ଅଭିରାମ ସାହୁ, ସର୍ବେଶ୍ଵର ପୁଟେଲ, ଅମିତ୍ ପଟେଲ, ଉମାଶଙ୍କର ବେହେରା, ସୁନିଲ ସାହୁ, ଶୁଶାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ଥିବାବେଳେ ଗ୍ରାମପଞ୍ଚାୟତ ପିଇଓ ସଭାକୁ ସଂଯୋଜନା କରିଥିଲେ । ଏହା ବ୍ୟତୀତ ୱାର୍ଡ ମେମ୍ବର ଓ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.